Latest Odisha News

BREAKING NEWS

ପାରାଦୀପରୁ ଧରାପଡିଲା ବିରଳ ପ୍ରଜାତି ମାଛ

ପାରାଦୀପ: ପାରାଦୀପରେ ପୁଣି ଏକ ବିରଳ ପ୍ରଜାତିର କାଉ ମାଛକୁ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏହାର ଓଜନ ଦୁଇ କ୍ବିଣ୍ଟାଲ ହୋଇଥିବା ବେଳେ ଆଜି ସମୁଦ୍ରକୁ ମାଛ ମାରିବାକୁ ଯାଇ ଥିବାବେଳେ କିଛି ମତ୍ସଜୀବୀ ଙ୍କ ଜାଲରେ ମାଛଟି ପଡ଼ିଥିଲା।

ଏହି ମାଛକୁ ଜଣେ ବ୍ୟବସାୟୀ ୨ ଲକ୍ଷ ଟଙ୍କାରେ କ୍ରୟ କରିଛନ୍ତି। ପ୍ରାୟ ୧୦ ହଜାରରୁ ନିଲାମ ଆରମ୍ଭ ହୋଇ ଏହା ୨ ଲକ୍ଷ ଟଙ୍କା ଯାଏଁ ପହଞ୍ଚିଥିଲା ।

ନିଲାମ ପରେ ଉକ୍ତ ମାଛକୁ କଟାଯାଇ ପ୍ୟାକିଂ କରି ସମ୍ପୃକ୍ତ ବ୍ୟବସାୟୀ ନେଇଥିବା ଜଣାଯାଇଛି।

ଏହି ମାଛ ଗଭୀର ସମୁଦ୍ରରେ ଚଳାଚଳ କରୁଥାଏ। ଏହାକୁ ବିଭିନ୍ନ ଔଷଧ ପାଇଁ ବ୍ୟବହାର କରାଯିବା ସହିତ କେରଳ , ତାମିଲାଡୁ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ଲୋକମାନେ ପ୍ରୀୟ ଖାଦ୍ୟ ଭାବେ ବ୍ୟବହାର କରିଥାନ୍ତି ବୋଲି ସୁତ୍ରରୁ ପ୍ରକାଶ।

Comments are closed.