Latest Odisha News

BREAKING NEWS

ଟେଷ୍ଟରେ ରେକର୍ଡ: ଗୋଟିଏ ଓଭରରେ ୨୮ ରନ କଲେ କେଶବ ମହାରାଜା

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜା ବ୍ୟାଟିଂରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ସେ ଜୋ ରୁଟଙ୍କ ଗୋଟିଏ ଓଭରରେ ୨୮ ରନ ସଂଗ୍ରହ କରିଥିଲେ । ମୋଟାମୋଟି ଭାବେ ସେ ତୃତୀୟ ଖେଳାଳୀ ଭାବେ ଏହି ସଫଳତା ହାସଲ କରିଛନ୍ତି ।

ତାଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜର ବ୍ରାଏନ ଲାରା ଅଷ୍ଟ୍ରେଲିଆର ଓ ଜର୍ଜ ବେଲୀ ଏହି ରେକର୍ଡ ରନ ସଂଗ୍ରହ କରି ସାରିଛନ୍ତି । ବେଲୀ ଇଂଲଣ୍ଡର ଜେମ୍ସ ଆଣ୍ଡରସନଙ୍କ ଓଭରରେ ଏବଂ ଲାରା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ରନ ସଂଗ୍ରହ କରିଥିଲେ ।

କେଶବ ପ୍ରଥମ ୩ଟି ବଲରେ ୩ ଚୌକା, ଏହା ପରେ ୨ଟି ବଲରେ ୨ ଚୌକା ମାରିଥିଲେ । ଶେଷ ବଲରେ ବାଇ ୪ ରନ ସଂଗୃହୀତ ହୋଇଥିଲା । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ତୃତୀୟ ମ୍ୟାଚରେ ବିଜୟ ହାସଲ କରିଛି ।

Leave A Reply

Your email address will not be published.