Latest Odisha News

BREAKING NEWS

ବରଗଡରେ ଖୋଲିବ କ୍ୟାନ୍ସର ହସ୍ପିଟାଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ବରଗଡ: ଦିନିକିଆ ପଶ୍ଚିମ ଓଡିଶା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ପ୍ରଥମେ ମୁଖ୍ୟମନ୍ତ୍ରୀ ବରଗଡ ପାଇଁ ବିକାଶର ବଡ଼ ଘୋଷଣା କରିଛନ୍ତି ।

BjdElectrycity

ମିଳିଥିବା ସୂଚନା ଅନୁସାରେ, ଟୁକୁର୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବରଗଡ଼ର ନୂତନ ଚିକିତ୍ସାଳୟର ଉଦଘାଟନ କରିଛନ୍ତି । ଏହି ଅବସରରେ ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ନୂତନ ଡାକ୍ତରଖାନା ୩୦୦ ଶଯ୍ୟା ବିଶିଷ୍ଟ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଏହାସହ ବରଗଡ଼ରେ ମୁଖ୍ୟମନ୍ତ୍ରୀ ୭୦ କୋଟିରୁ ଅଧିକ ଟଙ୍କାର ୭ଟି ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ୬୦ କୋଟି ମୂଲ୍ୟର ୨୨ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର କରିଛନ୍ତି ।

ବରଗଡ଼ଠାରେ ଏକ ବିଜ୍ଞାନ ପାର୍କର ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ଏସବୁ ପ୍ରକଳ୍ପ ଲାଗି ୧୫୦ କୋଟି ଟଙ୍କା ବିନିଯୋଗ କରାଯାଇଥିବା ଜଣାପଡିଛି।

ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚି ପଶ୍ଚିମ ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ଲାଗି କ’ଣ କରାଯାଇପାରିବ, ସେଥିନେଇ ଏକ ବିଶେଷଜ୍ଞ ଦଳ ଏଠାକୁ ଆସିବେ ବୋଲି ସେ କହିଛନ୍ତି । ସମଲେଶ୍ବରୀ ମନ୍ଦିର ଓ ହୀରାକୁଦ ପାଇଁ ଏକ ପର୍ଯ୍ୟବେକ୍ଷକ ଟିମ୍ ଗଠନ ହେବ । ଟିମର ଅନୁଧ୍ୟାନ ପରେ ହେବ ପ୍ୟାକେଜ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନବୀନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

Leave A Reply

Your email address will not be published.