ଲଣ୍ଡନ: ବ୍ରିଟେନରେ ଭୟଙ୍କର ହେବାରେ ଲାଗିଛି ସାମୁଦ୍ରିକ ଝଡ଼ ‘ୟୁନାଇସ୍’ । ଯାହାକୁ ନେଇ ସାରା ଦେଶରେ ରେଡୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ପାଣିପାଗଗ ବିଭାଗ ପକ୍ଷରୁ କୁହାଯାଇଛି କି, ଏହି ସାମୁଦ୍ରିକ ଝଡ଼ ପ୍ରଭାବରେ ଭୀଷଣ ତୁଷାରପାତ ହେବା ସହ ତାପମାତ୍ରା ମଧ୍ୟ ହ୍ରାସ ପାଇବ । କେବଳ ସେତିକି ନୁହେଁ ୧୦ କିମିରୁ ଅଧିକ ବେଗରେ ପବନ ବୋହିବା ଆଶଙ୍କା ନେଇ ପୂର୍ବାନୁମାନ କରିଛି ବ୍ରିଟେନ ପାଣିପାଗ ବିଭାଗ ।
ଦି ମିରର ରିପର୍ଟ ଅନୁସାରେ, ୟୁନାଇସ୍ ଜନଜୀବନକୁ ବେଶ ପ୍ରଭାବିତ କରିବା ନେଇ ଚେତାବନୀ ଦିଆଯାଇଛି । ଝଡ଼ ସମୟରେ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
ବ୍ରିଟେନର ଅନେକ ସ୍ଥାନରେ ଏବେ ବିଦ୍ୟୁଟ୍ କାଟ୍ ଭଳି ସମସ୍ୟା ଦେଖାଯାଇଛି । ବ୍ରିଟେନ୍ର କୁମ୍ବ୍ରିଆନ୍ କୋଷ୍ଟ ଲାଇନ୍ ଏବଂ କେସ୍ଓ୍ବିକ୍ କାମ୍ପସାଇଟ୍ରେ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏ ଦୁଇଟି ଅଞ୍ଚଳରେ ସାମୁଦ୍ରିକ ଝଡ ନେଇ ଚେତାବନୀ ଦିଆଯାଇଛି । ଏହା ସହିତ ଇଂଲଣ୍ଡର ଉତ୍ତରାଞ୍ଚଳରେ ସୁନାମୀ ଆଲର୍ଟ ଜାରି କରାଯାଇଛି ।
Comments are closed.