Latest Odisha News

BREAKING NEWS

ନଜର ଆସିଲା ବିରଳ ପାଣ୍ଡା : ଦେଖିବାକୁ ପୁରା ଧଳା

ଚୀନ୍‌: ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ରହିଛନ୍ତି । ସେଥିମଧ୍ୟରୁ କିଛି ବିରଳ ପଶୁ କାଁ ଭାଁ ଦେଖିବାକୁ ମିଳିଥାନ୍ତି । ତାହାପୁଣି ଭିନ୍ନ ଭିନ୍ନ ସ୍ଥାନରେ । ଏବେ ସେମିତି ଚୀନ୍‌ରେଏକ ବିରଳ ପାଣ୍ଡା ଦେଖିବାକୁ ମିଳିଛି । ଯାହାକୁ ବିଶେଷଜ୍ଞମାନେ ଆଲବିନୋ ପାଣ୍ଡା ବୋଲି କହିଛନ୍ତି ।

ଚାଇନାର ୱଲଙ୍ଗ ନ୍ୟାସନାଲ ପାର୍କ ରିଜର୍ଭରେ ବିଶେଷଜ୍ଞମାନେ ଏହି ଅଜବ ପାଣ୍ଡା ଦେଖିଥିଲେ । ସାଧାରଣତଃ ପାଣ୍ଡାର ରଙ୍ଗ ଧଳା ଓ କଳା ହୋଇଥିବା ବେଳେ ଏହି ପାଣ୍ଡାର ଶରୀର ସମ୍ପୂର୍ଣ୍ଣ ଧଳା । ଏହାର ଫଟୋଗୁଡିକ ଯାଞ୍ଚ କରାଯିବା ପରେ ଦେଖାଗଲା ଯେ ପ୍ରକୃତରେ ଏହି ପାଣ୍ଡା ଆଲବିନୋ ରୋଗରେ ପୀଡିତ । ଏହା ବିଶ୍ୱର ଏକମାତ୍ର ଆଲବିନୋ ପାଣ୍ଡା ବୋଲି ବିଶେଷଜ୍ଞମାନେ ବିବେଚନା କରିଛନ୍ତି । ଏହାର ଭିଡିଓ ଚୀନ୍‌ର ସିଚୁଆନ୍‌ରେ ଅବସ୍ଥିତ ୱଲଙ୍ଗ ନ୍ୟାସନାଲ ପାର୍କ ରିଜର୍ଭର ସିସିଟିଭିରେ କଏଦ ହୋଇଛି । ଏହି ପାଣ୍ଡାଟି ବରଫରେ ବୁଲୁଥିବାର ନଜର ଆସିଛି । ଏହାର ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଧଳା ରଙ୍ଗର ହୋଇଥିବା ବେଳେ ଏହାର ବୟସ ୫ରୁ ୬ ବର୍ଷ ହେବ ବୋଲି ଆକଳନ କରାଯାଇଛି ।

ଚୀନର ଏହି ସଂରକ୍ଷିତ ଜଙ୍ଗଲ ଆକାରରେ ଖୁବ୍ ବଡ । ଏଠାରେ ଆହୁରି ମଧ୍ୟ ଅନେକ ପ୍ରକାରର ବନ୍ୟଜନ୍ତୁ ବାସ କରନ୍ତି । ଏଭଳି ପରିସ୍ଥିତିରେ ପଶୁମାନଙ୍କ ଉପରେ ନଜର ରଖିବା ପାଇଁ ଏଠାରେ ଅନେକ କ୍ୟାମେରା ଲଗାଯାଇଛି । କ୍ୟାମେରାରେ ଏହି ପାଣ୍ଡା ଗଛ ଉପରକୁ ଚଢି ଖାଦ୍ୟ ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା । ଏହା ସହିତ ଆହୁରି ଅନେକ ପାଣ୍ଡା ମଧ୍ୟ ବୁଲୁଥିବା ନଜର ଆସିଥିଲେ, ଯାହାଙ୍କ ରଙ୍ଗ ସ୍ୱାଭାବିକ ଥିଲା । ଏହି ଧଳା ପାଣ୍ଡାର ଗତିବିଧିରୁ ସ୍ପଷ୍ଟ ହୋଇଛି ଯେ ଏହା ସମ୍ପୂର୍ଣ୍ଣ ସୁସ୍ଥ ଅଟେ । ତେବେ ଏହାର ପିତାମାତା ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହାଁନ୍ତି ।

Leave A Reply

Your email address will not be published.