Latest Odisha News

BREAKING NEWS

ବିରଳ ପ୍ରଜାତିର ଦୁଇ ମୁଣ୍ଡିଆ ସାର୍କ ଛୁଆ ଠାବ

ନୂଆଦିଲ୍ଲୀ: ପ୍ରକୃତି ସହିତ ଜଡ଼ିତ ଏଭଳି ଅନେକ ଜିନିଷ ଅଛି ଯାହାକୁ ଦେଖିଲେ ମଣିଷ ବେଳେ ବେଳେ ଆଶ୍ଚର୍ଯ୍ୟଚକିତ ହୋଇପଡେ। ସେହିଭଳି ଏକ ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପାଲଘର ଠାରେ। ଜଣେ ସ୍ଥାନୀୟ ମତ୍ସ୍ୟଜୀବୀ ଦୁଇ ମୁଣ୍ଡିଆ ସାର୍କ ଶିଶୁକୁ ଠାବ କରିଛନ୍ତି ଯାହା ଅତ୍ୟନ୍ତ ବିରଳ ଦୃଶ୍ୟ।

ସ୍ଥାନୀୟ ଗ୍ରାମର ମତ୍ସ୍ୟଜୀବୀ ନିତିନ ପାଟିଲ ଜାଲରେ ମାଛ ଧରିବା ବେଳେ ଜାଲରେ ଦୁଇ ମୁଣ୍ଡିଆ ସାର୍କକୁ ଦେଖି ‌ହଠାତ୍‌ ଚମକିପଡ଼ିଥିଲେ ଏବଂ ଏହାର ଫଟୋ ଉଠାଇବା ପରେ ତାଙ୍କୁ ପୁଣି ସମୁଦ୍ରରେ ଛାଡିଦେଇଥିଲେ। ତେବେ ବୈଜ୍ଞାନିକମାନଙ୍କ ମତ ଅନୁଯାୟୀ ଏହି ବିରଳ ସାର୍କର ଦୁଇଟି ମୁଣ୍ଡ ଥିବାରୁ ଏହା ଜନ୍ମଗତ ସମସ୍ୟା ହୋଇପାରେ। ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇ ମୁଣ୍ଡିଆ ସାର୍କ ଛୁଆର ଚିତ୍ର  ବେଶ୍‌ ଭାଇରାଲ ହେବାରେ ଲାଗିଛି।

ପରେ ନିତିନ ଏହାର ଫଟୋକୁ (ICAR-CMFRI)କୁ ପଠାଇଥିଲେ। ତେବେ ICAR-CMFRI ବୈଜ୍ଞାନିକ କହିଛନ୍ତି ରିପୋର୍ଟ ଅନୁସାରେ ଭାରତୀୟ ଉପକୂଳରେ ଡବଲ୍‌ ହେଡ୍ ସାର୍କ କ୍ୱଚିତ୍ ଦେଖାଯାଇଥାଏ।

ଏଗୁଡ଼ିକ sharpnose କିମ୍ବା Rhizoprionodon  ପ୍ରଜାତିର ହୋଇପାରେ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି। ସୂଚନାଯୋଗ୍ୟ ୨୦୧୮ ରେ ଭାରତ ମହାସାଗରରେ ଦୁଇ ମୁଣ୍ଡ ବିଶିଷ୍ଟ ନୀଳ ସାର୍କ ଭ୍ରୁଣ ଆବିଷ୍କୃତ ହୋଇଥିଲା।

Comments are closed.