Latest Odisha News

BREAKING NEWS

ବ୍ଲୁ ଫ୍ଲାଗ ବିଚ୍‌ରେ ଯୋଗ କଲେ କୋଭିଡ ଯୋଦ୍ଧା

ପୁରୀ: ଯୋଗ କଲେ କୋଭିଡ ଯୋଦ୍ଧା । କୋଭିଡକୁ ମାତ ଦେଇଥିବା ଯୋଦ୍ଧାମାନେ ପୁରୀ ବ୍ଲୁଫ୍ଲାଗ ବିଚ୍‌ରେ ଏକାଠି ହୋଇ ଯୋଗ କରିଛନ୍ତି । ଆଜି ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଜିଲ୍ଲା ପ୍ରଶାସନ । ଏହି କାର୍ଯ୍ୟକ୍ରମର ନାଁ ରହିଥିଲା ‘ମୋ ବିଚ୍ ମୋ ଯୋଗ’ । ଅନ୍ୟ ଆକ୍ରାନ୍ତଙ୍କୁ ସାହାସ ଯୋଗାଇବା ସହ ଯୋଦ୍ଧଙ୍କ ମନୋବଳ ବଢ଼ାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେବାୟତ, ସରକାରୀ କର୍ମଚାରୀ ଓ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇଥିଲା ।

Leave A Reply

Your email address will not be published.