Latest Odisha News

BREAKING NEWS

[ଦେଖନ୍ତୁ ଭିଡ଼ିଓ] : ୬୧ ବର୍ଷ ତଳେ କଟକ ପ୍ରସିଦ୍ଧ ଦୁର୍ଗାପୂଜାର ବିରଳ ଭିଡ଼ିଓ

କଟକ: ଐତିହାସିକ ସହର କଟକ । ଏଠାରେ ପାର୍ବଣର ପରମ୍ପରା ନିଆରା । କଟକରେ ଶାରଦୀୟ ଦଶହରା ପୂଜାର ସ୍ଵତନ୍ତ୍ର ମାଦକତା ଓ ମହକ ରହିଛି । ଶତାଧିକ ବର୍ଷ ହେବ ଏଠାରେ ପାର୍ବଣ ପାରମ୍ପରିକ ରୀତିନୀତିରେ ପାଳିତ ହୋଇ ଆସୁଛି ।

କଟକ ଦୁର୍ଗାପୂଜା କେବେ ଆରମ୍ଭ ହେଲା ତାହାର ସେମିତି କିଛି ନିର୍ଦ୍ଧିଷ୍ଟ ପ୍ରମାଣ ନଥିଲେ ମଧ୍ୟ ଏହା ଷୋଡଶ ଶତାବ୍ଦୀରେ ଆରମ୍ଭ ହୋଇଥିବାର ବୁଦ୍ଧିଜୀବୀ ମାନେ ମତ ଦିଅନ୍ତି । ଗବେଷକ ମାନଙ୍କ ମତରେ ଏହି ଶାରଦୀୟ ଉତ୍ସବର ପରମ୍ପରା ଶ୍ରୀ ଚୈତନ୍ୟ ଦେବଙ୍କ ଓଡିଶା ଆଗମନ ସମୟରୁ ହିଁ ଆରମ୍ଭ ହୋଇଥିଲା । ଶ୍ରୀ ଚୈତନ୍ୟ ଦେବ କେତେକ ବୈଷ୍ଣବ ସଂପ୍ରଦାୟର ବଙ୍ଗୀୟ ପରିବାର ସହ ୧୫୧୦ ଖ୍ରୀଷ୍ଟାବ୍ଦ ରେ ପୁରୀ ଆସିଥିଲେ ଠିକ ଏହା ପରେ ପରେ କଟକ ଆସି ବାଲୁବବଜାରସ୍ଥିତ ବିନୋଦ ବିହାରୀ ମନ୍ଦିରରେ ଅବସ୍ଥାନ କରୁଥିଲେ । ଏହି ସମୟରେ ହିଁ  ତାଙ୍କ ଦ୍ଵାରା ମାଁ’ଙ୍କ ଘଟ ପୂଜା ଆରମ୍ଭ ହୋଇଥିଲା । ସେ ପ୍ରଥମେ ପିତୁଳା ଦୁର୍ଗା ମୂର୍ତ୍ତି ସ୍ଥାପନ କରି ପୂଜା କରିଥିଲେ । ଏହି ଘଟଣା କର୍ମରୁ କଟକ ଦୁର୍ଗାପୂଜାର ସୃଷ୍ଟି ବୋଲି ବିଶ୍ବାସ ରହିଛି।

ତେବେ ଆଜକୁ ପ୍ରାୟ ୬୦ ବର୍ଷ ତଳେ କିପରି ଥିଲା କଟକ ପ୍ରସିଦ୍ଧ ଦୁର୍ଗାପୂଜାର ଦୃଶ୍ୟ, ଆସନ୍ତୁ ଦେଖିବା…

https://www.facebook.com/154028801335485/posts/4545309888873999/

ସୂଚନାନୁସାରେ ବିନୋଦବିହାରୀ ପୂଜା ମଣ୍ଡପ କଟକର ସର୍ବପୁରାତନ  ଦେବୀ ମଣ୍ଡପ ରୂପେ ବିବେଚନା କରାଯାଏ । ଏହିଠାରୁ ଆରମ୍ଭ ହୋଇଥିବା ମା ଙ୍କର ପୂଜାର୍ଚନା ଦୀର୍ଘ ପାଞ୍ଚ ଶହ ବର୍ଷ ହେବ କଟକରେ ବିଭିନ ସ୍ଥାନରେ ବିଧିବଦ୍ଧ ଭାବେ ପାଳିତ ହୋଇ ଆସୁଛି ।

କଥାରେ ଅଛି କଟକର ଦଶରା, ଢେଙ୍କାନାଳର ଗଜଲକ୍ଷ୍ମୀ , ଭଦ୍ରକର କାଳୀ, ତାଳଚେରର ଗଣେଶ ପୂଜା। ଆଉ ସେହି ପୁରୁଣା କଥା ନାହିଁ। ଏବେ ସମୟ ବଦଳିବା ସହିତ ପୂଜା ଜାକଜମକ ହେବାରେ ଲାଗିଛି। କଟକରେ ଆଉ ଦୁର୍ଗାପୂଜା ସୀମିତ ରହିନି। ରାଜ୍ୟରେ କୋଣ ଅନୁକୋଣରେ ଏବେ ଦୁର୍ଗାପୂଜା ଦେଖିବାକୁ ମିଳୁଛି । କଟକ ହେଉ କି କନ୍ଧମାଳ, ଭୁବନେଶ୍ବର ଅବା ବାଲେଶ୍ବର ଚାରିଆଡେ ଦୁର୍ଗାପୂଜା ପାଇଁ ଗାଁ ଓ ସହର ଚଳଚଞ୍ଚଳ। ମା’ ଙ୍କ ପୂଜା ସବୁସ୍ଥାନରେ ହେଉଥିଲେ ମଧ୍ୟ କଟକର ଚାନ୍ଦି ମେଢ ଓ ଭୁବନେଶ୍ବରର ତୋରଣ ଅନ୍ୟତମ ଆକର୍ଷଣ ପାଲଟିଛି। ପୂଜା ମଣ୍ଡପ ଗୁଡ଼ିକରେ ସାଜସଜ୍ଜା , ଭସାଣ ଶୋଭାଯାତ୍ରା, ଆଲୋକ ଓ ତୋରଣକୁ ନେଇ ଚାଲିଛି ପ୍ରତିଯୋଗିତା। ବିଗ୍ ବଜେଟ ଲଢେଇରେ ଟ୍ବିନ୍ସିଟି କଟକ ଓ ଭୁବନେଶ୍ବର ପୂଜା ମଣ୍ଡପର ଝଲସୁଛି ମାଆଙ୍କ ପ୍ରତିମା।

ଆଗରୁ ପେଟ୍ରୋମାକ୍ସ ଓ ମଶାଲ ଆଲୋକ, ଘଣ୍ଟ ଓ ଢୋଲବାଦ୍ୟରେ ମା ଙ୍କୁ ବିଦାୟ ଦିଆଯାଉଥିବାବେଳେ ଏବେ ଆଧୁନିତକାର ସ୍ପର୍ଶରେ ରଙ୍ଗୀନ ହେଉଛି ମାଙ୍କ ଭସାଣଉତ୍ସବ।

Leave A Reply

Your email address will not be published.