Latest Odisha News

BREAKING NEWS

ପାହାଳ ସେବା ସମବାୟ ଭବନରେ ‘ରସଗୋଲା ଦିବସ’ ପାଳିତ

ଭୁବନେଶ୍ୱର : ପାହାଳ ସେବା ସମବାୟ ଭବନ ଆନୁକୁଲ୍ୟରେ ନୀଳାଦ୍ରି ବିଜେ ଅବସରରେ ‘ରସଗୋଲା ଦିବସ’ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଜୀବନବିନ୍ଦୁ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାର ସଂଯୋଜକ ଅରୂପ ପଟ୍ଟନାୟକ, ଉତ୍ତରା ବିଧାୟକ ସୁଶାନ୍ତ କୁମାର ରାଉତ, ଓଡ଼ିଶା ମୋ ପରିବାର ଦାୟିତ୍ୱରେ ଥିବା ବିଜୁ ଜନତା ଦଳର ସୁବାଷ ପାତ୍ର, ଦୁର୍ଗା ସାମନ୍ତରାୟ, ରୁଦ୍ର ସାମନ୍ତରାୟ, ଡଲିଆ ଦାସ , ଅଶ୍ଵିନୀ ସୁନ୍ଦରାୟ, ଅକ୍ଷୟ ଲେଙ୍କା, ମହମ୍ମଦ ଶେଖର ,ପ୍ରକାଶ ଜେନା , ଜଗନ୍ ଜେନା, ଜ୍ୟୋତ୍ସ୍ନା ପରିଡ଼ା, ଉତ୍ତରା ବିଜେଡ଼ି ସଭାନେତ୍ରୀ ସୂର୍ଯ୍ୟକାନ୍ତୀ ଜେନା , ଲୋକେଶ କୁମାର, ସୌମ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରୁ ୩୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ଓଡ଼ିଶା ମୋ ପରିବାର, ଉତ୍ତରାର ସଂଯୋଜକ  ପ୍ରକାଶ ତ୍ରିପାଠୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.