Latest Odisha News

BREAKING NEWS

ରାଜ୍ୟପାଳ ଉନ୍ମୋଚନ କଲେ ‘ରିସାଇଟ୍ ଡ଼ଟ୍ ୱାର୍ଲ୍ଡ ‘ ୱେବସାଇଟ

ଭୁବନେଶ୍ୱର : ନୀଳାଦ୍ରି ବିଜେର ପବିତ୍ର ଅବସରରେ ଉଦୟଗିରି ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଓଡ଼ିଆ ଐତିହ୍ୟ , ଭାଷା ଓ ସାହିତ୍ୟ ପାଇଁ ଉତ୍ସର୍ଗୀକୃତ ‘ ରିସାଇଟ୍ ଡ଼ଟ୍ ୱାର୍ଲ୍ଡ ‘  ନାମକ ଏକ ୱେବସାଇଟ , ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଉଦୟଗିରି ଫାଉଣ୍ଡେସନର ସଭାପତି ଜେପି ଜଗଦେବ ଯୋଗଦେଇ କହିଲେ ଯେ,  ଫାଉଣ୍ଡେସନ୍ ଆମର ମୂଳ ସଂସ୍କୃତି, ପରମ୍ପରା, ଏବଂ ଭାଷାକୁ ଆଗକୁ ନେବା ଦିଗରେ କାର୍ଯ୍ୟ କରିଥାଏ । ରିସାଇଟ୍ ୱାଲ୍ଡ ୱେବ / ମୋବାଇଲ୍ ଆପଲିକେସନ୍ ଦ୍ୱାରା ଆମର ଅତୀତ ଏବଂ ବର୍ତ୍ତମାନର ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମଗୁଡ଼ିକ ସହଜରେ ଓ ମାଗଣାରେ ଉପଲବ୍ଧ ହୋଇ ପାରିବ । ଏହା ଦର୍ଶକଙ୍କ ମଧ୍ୟରେ ଆଦୃତ ହେବା ପାଇଁ , ଅଡିଓ ବୁକ୍ ଫର୍ମାଟରେ ମଧ୍ୟ ଉପଲବ୍ଧ ହେବ । ମୂଳ ଲେଖା ସହ  ନୂତନ ଯୁଗର ଉପଭୋକ୍ତାମାନେ ନିଜକୁ ପରିଚିତ କରିପାରିବେ। ଉଭୟ ଲିଖିତ ଗ୍ରନ୍ଥ ଏବଂ ସେମାନଙ୍କର ଉପଯୁକ୍ତ ଉଚ୍ଚାରଣ ସହିତ ଲେଖକଙ୍କର ଏକ ସଂକ୍ଷିପ୍ତ ଜୀବନୀ , ଅତୀତକୁ ସହ ବର୍ତ୍ତମାନ ସହିତ ସଂଯୋଗ କରିବ। ଏହା ସହ,  ଏହା ମାଧ୍ୟମରେ ଆମ ଭାଷାର ବ୍ୟବହାରକୁ ବ୍ୟାପକ ଭାବରେ ପ୍ରଚାର ପ୍ରସାର କରାଯାଇପାରିବବ ବୋଲି ସେ ମତପ୍ରକାଶ କରିଥିଲେ ।

ଏହି ସଭାରେ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ତନୟା ପଟ୍ଟନାୟକ ଏବଂ ମୋ ସ୍କୁଲ୍ ଅଭିଯାନର ଚେୟାରମ୍ୟାନ୍ ସୁସ୍ମିତା ବାଗଚି ଉପସ୍ଥିତ ଥିଲେ।

ଏହି ୱେବସାଇଟର ପ୍ରଥମ ବ୍ଲକରେ ଫକିରମୋହନ ସେନାପତି, ଗୋଦାବରିଶ ମହାପାତ୍ର, ଲକ୍ଷ୍ମୀକାନ୍ତ ମହାପାତ୍ର, ଭଗବତୀ ଚରଣ ପାଣିଗ୍ରାହୀ , ସୁରେନ୍ଦ୍ର ମହାନ୍ତି ଏବଂ ଅଖିଲ ମୋହନ ପଟ୍ଟନାୟକଙ୍କ ପରି ମହାନ ଲେଖକମାନଙ୍କର ୫୦ଟି କ୍ଷୁଦ୍ରଗଳ୍ପ ଚୟନ କରି ଉପସ୍ଥାପିତ କରାଯାଇଛି। ପରବର୍ତ୍ତୀ ସମୟରେ ନୂତନ ଏବଂ ଆଧୁନିକ ସାହିତ୍ୟର ବିଭିନ୍ନ କୃତି ପ୍ରକାଶ କରାଯିବ ବୋଲି ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.