Latest Odisha News

BREAKING NEWS

ଇତିହାସ ରଚିଲେ ଭାରତୀୟ ଛାତ୍ରୀ:ଅକ୍ସଫର୍ଡ ୟୁନିଭର୍ସିଟି ଛାତ୍ରସଂଘର ସଭାପତି ନିର୍ବାଚିତ ହେଲେ ରଶ୍ମୀ ସାମନ୍ତ

ଇଂଲଣ୍ଡ: ବ୍ରିଟେନର ବିଶ୍ୱବିଖ୍ୟାତ ଅକ୍ସଫର୍ଡ ୟୁନିଭର୍ସିଟି ଛାତ୍ରସଂଘର ସଭାପତି ନିର୍ବାଚିତ ହୋଇ ଇତିହାସ ରଚିଛନ୍ତି ଭାରତୀୟ ଛାତ୍ରୀ ରଶ୍ମୀ ସାମନ୍ତ । ରଶ୍ମୀ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏ ଏହି ପଦବୀରେ ଅଧିଷ୍ଠିତ ହୋଇଛନ୍ତି ।

ଅକ୍ସଫର୍ଡ ବିଶ୍ୱବିଦ୍ୟାଳୟର ୨୦୨୧ ଛାତ୍ର ସଂସଦର ନିର୍ବାଚନ କେବଳ ରଶ୍ମୀଙ୍କ ଲାଗି ସ୍ମରଣୀୟ ନୁହେଁ ଏଥର ନିର୍ବାଚନରେ ରେକର୍ଡ ଭୋଟିଂ ମଧ୍ୟ ହୋଇଛି । ବିଶ୍ୱବିଦ୍ୟାଳୟର ୪ ହଜାର ୮୮୧ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପଦପଦବୀ ଲାଗି ୩୬ ହଜାର ୪୦୫ଟି ଭୋଟ ଦେଇଛନ୍ତି । ଏଥିରୁ ଛାତ୍ର ସଂସଦ ସଭାପତି ପଦବୀ ଲାଗି ହୋଇଥିବା ୩ ହଜାର ୭ଶହ ୮ଟି ଭୋଟରୁ ରଶ୍ମୀଙ୍କୁ ସର୍ବାଧିକ ୧ ହଜାର ୯୬୬ଟି ଭୋଟ ମିଳିଛି ।

ରଶ୍ମୀ ଅକ୍ସଫର୍ଡ ୟୁନିଭର୍ସିଟି ଅନ୍ତର୍ଗତ ଲିନାକ୍ରେ କଲେଜରେ ଏମଏସସି ଏନର୍ଜି ସିଷ୍ଟମର ଛାତ୍ରୀ ଅଟନ୍ତି । ରଶ୍ମୀ ଭାରତର କର୍ଣ୍ଣାଟକ ମନିପାଲର ବାସିନ୍ଦା । ତାଙ୍କର ବିଦ୍ୟାଳୟ ଶିକ୍ଷା ମନିପାଲ ଓ ଉଡିପିରେ ଶେଷ ହୋଇଥିଲା । ରଶ୍ମୀ ମନିପାଲ ଇନିଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲଜି (ଏମଆଇଟି)ରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିବା ପରେ ଅକ୍ସଫର୍ଡ ୟୁନିଭର୍ସିଟିରେ ଭର୍ତ୍ତି ହୋଇଥିଲେ ।

ବିଶ୍ୱବିଦ୍ୟାଳୟ ନିର୍ବାଚନରେ ରଶ୍ମୀଙ୍କ ସମେତ ଅନ୍ୟ କିଛି ଭାରତୀୟ ଛାତ୍ରଛାତ୍ରୀ ମଧ୍ୟ ପଦପଦବୀ ଲାଗି ନିର୍ବାଚିତ ହୋଇଛନ୍ତି । ଏଥିରେ ଦେବିକା ଗ୍ରାଜ୍ୟୁଏଟସ୍‌ ଇଲେକ୍ଚ ଉପାଧ୍ୟକ୍ଷ ଓ ଧିତି ଗୋୟଲ ଷ୍ଟୁଡେଣ୍ଟ ଟ୍ରଷ୍ଟିଜ୍ ପଦବୀ ନିମନ୍ତେ ନିର୍ବାଚିତ ହୋଇଛନ୍ତି ।  

Leave A Reply

Your email address will not be published.