Latest Odisha News

ଉତ୍ତରାକାଶୀ ସୁଡଙ୍ଗ ଭୁଶୁଡିବା ଘଟଣା: ଉଦ୍ଧାର କାର୍ଯ୍ୟରେ ମେସିନ ଫେଲ, ହାତରେ ଖୋଳି ରାସ୍ତା ବାହାର କରିବେ ‘ରାଟ ମାଇନାର୍ସ’

ଉତ୍ତରକାଶୀ:ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟାସ ଜାରି ରହିଛି । ଉଦ୍ଧାର କାର୍ଯ୍ୟ  ଯେତେ ଆଗଉଛି, ସେତେ ନୂଆ ନୂଆ ପ୍ରତିବନ୍ଧକ ସାମ୍ନାକୁ ଆସୁଛି । ଏବେ ସୁଡ଼ଙ୍ଗ ଉପରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଯାଇଛି । ପାଖାପାଖି ୩୦ ମିଟରରୁ ଅଧିକ ଖନନ ସମ୍ପୂର୍ଣ୍ଣ ହୋଇଗଲାଣି । ଏପଟେ ୪୮ ମିଟର ହୋରାଇଜେଣ୍ଟାଲ ଡ୍ରିଲିଂ ପରେ ଅଗର ମେସିନ ଅଟକି ଯାଇଥିଲା । ଏବେ ଏହାକୁ ପ୍ଲାଜାମା କଟର ସାହାଯ୍ୟରେ ବାହାର କରାଯାଇଛି ।

ଏବେ  ୪୮ ମିଟର ପରେ ମେସିନ ଆଉ ଖନନ କରିବାକୁ ସକ୍ଷମ ହେଉ ନାହିଁ । ଫଳରେ ଆଗକୁ ଖନନ ମାନୁଆଲି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୬ ରାଟ ମାଇନର୍ସଙ୍କର ଏକ ଟିମଙ୍କୁ ଡକାଯାଇଛି । ଏହି ଟିମ ଏକ ଛୋଟ ଯନ୍ତ୍ରପାତି ଏହି ଛୋଟ ଟ୍ରଲି ନେଇ ଯିବେ ଏବଂ ଥରେକେ ୬ରୁ ୭ କେଜି ଆବର୍ଜନା ଲଦି ବାହାରକୁ ଆଣିବେ । ଏହି ସମୟରେ ରାଟ ମାଇନର୍ସଙ୍କ ପାଖରେ ଅକ୍ସିଜେନ ମାସ୍କ, ଆଖିର ସୁରକ୍ଷା ପାଇଁ ବିଶେଷ ଚଷମା ପିନ୍ଧିବା ସହ  ପାଇପ ଲାଇନ ଭିତରେ ଏୟାର ସର୍କୁଲେଶନ ପାଇଁ ବ୍ଲୋୟର ରଖାଯିବ ।

ଏହି ରାଟ ମାଇନର୍ସ ଟିମ ପାଖରେ ଏପରି ଖନନ କରିବାର ଅନୁଭୂତି ରହିଛି । ପ୍ରଥମେ ଦୁଇଜଣ ପାଇପ ଲାଇନରେ ଯିବେ । ଜଣେ ଆଗକୁ ରାସ୍ତା ବାହାର କରବ । ଅନ୍ୟ ଜଣେ ଆବର୍ଜାକୁ ଟ୍ରଲିରେ ଭରିବ । ବାହାରେ ଥିବା ଚାରିଜଣ ଲୋକ ପାଇପ ଭିତରେ ଥିବା ଏହି ଆବର୍ଜନା ଟ୍ରଲିକୁ ବାହାରକୁ ଭିଡି ନେବେ । ଥରକେ ୬ରୁ ୭ କେଜି ଆବର୍ଜନା ବାହାରିପାରି । ଏହି ଦୁଇଜଣ ଥକି ଗଲା ସେମାନେ ବାହାରକୁ ଆସିବେ ଏବଂ ଅନ୍ୟ ଦୁଇଜଣ ଭିତରକୁ ଯିବେ । ରାଟ ମାଇନର୍ସ ପାରିମ୍ପରିକ ଶୈଳୀରେ ମାନୁଆଲ ଡ୍ରିଲିଂ କରିବେ । ଥରକେ ଏକ ମିଟର ମାନୁଆଲ ଡ୍ରିଲିଂ କରିବାର ଯୋଜନା ଏମାନେ ରଖିଛନ୍ତି ।

Comments are closed.