Latest Odisha News

BREAKING NEWS

କାର ଚେଚିସରେ ଫସିଥିଲା ସାପ, ୩ ଘଣ୍ଟା କସରତ ପରେ ଉଦ୍ଧାର

ଭୁବନେଶ୍ୱର: କାର୍ ଭିତରେ ଫସିଥିଲା ସାପ । ଉଦ୍ଧାର କଲେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ । ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜି ଗେଷ୍ଟ ହାଉସରେ ଥିବା ଚିତ୍ତରଞ୍ଜନ ବରାଳଙ୍କ କାରରୁ ସାପ ଉଦ୍ଧାର ହୋଇଛି । ଚିତ୍ତରଞ୍ଜନ ବରାଳ କାର ଷ୍ଟାର୍ଟ କରିବା ବେଳେ ବାହାରୁ ଜଣେ ବ୍ୟକ୍ତି ସାପକୁ ଦେଖିଥିଲେ । କାର ତଳେ ସାପ ଥିବା ଚିତ୍କାର ଶୁଣି ବାହାରକୁ ବାହାରି ଆସିଥିଲେ ଚିତ୍ତରଞ୍ଜନ ବରାଳ ।

ଏକ ସାପ କାର୍ ଚେସିସରେ ଥିବା ଲୁହା ପାଇପ ଭିତରେ ଫସିଥିବା ଦେଖିଥିଲେ । ବାଡ଼ିରେ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ବି ବାହାରି ପାରି ନଥିଲା ସାପ । ଶେଷରେ ସ୍ନେକ ହେଲପ ଲାଇନକୁ ଖବର ଦେଇଥିଲେ ।

ପ୍ରଥମେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆଶିଷ ବେହେରା ବହୁ ଚେଷ୍ଟା କରିଥିଲେ ବି ସାପଟିକପ ସେଥିରୁ ବାହାର କରି ପାରି ନଥିଲେ । ଏହାପରେ ଘଟଣାସ୍ଥଳେର ପହଞ୍ଚିଥିଲେ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଓ ଆଉ ଜଣେ ସଦସ୍ୟ ରାଜେଶ ସୁତାର ।

ସାପଟି ପାଇପ ଭିତରେ ପଶି ବାହାରିବା ବେଳେ ପିଠି ପାଖରେ ଅଟକି ଯାଇଥିଲା । ଶୁଭେନ୍ଦୁ ସେହି ପାଇପ ଭିତରେ ନଡ଼ିଆ ତେଲ ଭର୍ତ୍ତି କରି ଧିରେ ଧିରେ ସାପଟିକୁ ଭିଡ଼ିବା ପାଇଁ ପରାମର୍ଶ ଦେଇଥିଲେ ।

ଆଶିଷ ଢ଼ମଣା ସାପର ମୁଣ୍ଡ ଓ ରାଜେଶ କାର ତଳେ ଶୋଇବା ଅବସ୍ଥାରେ ଚେସିସ ପାଇପରେ ଇଞ୍ଜେକସନ ସିରିଞ୍ଜ ମାଧ୍ୟମରେ ନଡ଼ିଆ ତେଲ ସ୍ପ୍ରେ କରିଥିଲେ । ଏହାପରେ ସାପର ଦେହକୁ ଦୁଇ ହାତରେ ଧରି ଧିରେ ଧିରେ ଟାଣିଥିଲେ । ୫ ମିନିଟ୍ ଭିତରେ ସାପଟି ପାଇପ ଭିତରୁ ବାହାରି ଆସିଥିଲା ।

କାର ତଳେ ଶୋଇକି କାମ କରୁଥିବା ବେଳେ ସାପ ଆକ୍ରମଣରୁ ରକ୍ଷା ପାଇଁ ଚେଷ୍ଟା ବେଳେ ରାଜେଶଙ୍କ କପାଳରେ କାର ଚେସିସ ବାଜି ଖଣ୍ଡିଆ ହୋଇଥିଲା । ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଏହା ଏକ ଚ୍ୟାଲେଞ୍ଜପୂର୍ଣ୍ଣ ରେସକ୍ୟୁ ଥିଲା ।

ସାପଟି ଯଦିଓ ବିଷଧର ନଥିଲା କିନ୍ତୁ ଏମିତି ଅବସ୍ଥାରେ ଫସିଥିଲା ଯେ ଉଦ୍ଧାର ପାଇଁ ୩ ଘଣ୍ଟା ନାକେଦମ ହେବାକୁ ପଡିଲା । ସାପଟିକୁ ଅକ୍ଷତ ଅବସ୍ଥାରେ ଅନ୍ୟ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।

Leave A Reply

Your email address will not be published.