Latest Odisha News

BREAKING NEWS

ଇଡି ସ୍କାନରରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ, ଖଣି ସଚିବଙ୍କ ଚାଟାର୍ଡ ଆକାଉଟାଣ୍ଟ ଗିରଫ

ଭୁବନେଶ୍ୱର: ଝାରଖଣ୍ଡ ସରକାରର ଖଣି ସଚିବ ପୂଜା ସିଂହାଲଙ୍କ (ସିଏ)ଚାଟାର୍ଡ ଆକାଉଟାଣ୍ଟ କୁ ଗିରଫ କରିଛି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । କଳା ଧନ ହେରଫେର ମାମଲାରେ ସଚିବଙ୍କ ‘ସିଏ’ ଗିରଫ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ତଦନ୍ତ ସ୍କାନରରେ ରଖିଛି । ପୂଜାଙ୍କ ଠାରୁ ଇଡି ୧୯.୩୧ କୋଟି ଟଙ୍କା ସିଜ୍ କରିଛି । ଯେଉଁଥିରୁ ୧୭ କୋଟି ଟଙ୍କା ସିଏ ସୁମନଙ୍କ ଅଫିସରୁ ମିଳିଛି । ଏବଂ ୧.୮ କୋଟି ଟଙ୍କା ଅନ୍ୟ ଏକ ସ୍ଥାନରୁ ମିଳିଛି । ସଚିବ ପୂଜା ସିଂହାଲଙ୍କୁ ପଚରାଉଚୁରା ଇଡି କରିସାରିଛି ।

ଏବେ ପୂଜାଙ୍କ ସ୍ୱାମୀ ଅଭିଷେକ ଝା’ଙ୍କୁ ଇଡି ସମନ ଜାରି କରିଛି । ଅଭିଷେକ ପତ୍ନୀ ତଥା ସଚିବଙ୍କ ‘ସିଏ’ ସୁମନ କୁମାର ଜରିଆରେ ତାଙ୍କ ହସ୍ପିଟାଲ ପାଇଁ ଏକ ପ୍ରାଇଭେଟ୍ ବ୍ୟାଙ୍କରୁ ୨୦ କୋଟି ଟଙ୍କା ଋଣ ପାଇଛନ୍ତି । ପୂର୍ବରୁ ବିଭିନ୍ନ ସରକାରୀ ଓ ଘରୋଇ ବ୍ୟାଙ୍କ୍ ଋଣ ଦେବାକୁ ମନା କରିଥିବା ବେଳେ ଘରୋଇ ବ୍ୟାଙ୍କ୍ କୁ ସୁମନ ରାଜି କରାଇଛନ୍ତି ବୋଲି ଇଡି ତଦନ୍ତ କରୁଥିବା କୁହାଯାଇଛି ।

ଶନିବାର ଇଡି ସୁମନଙ୍କୁ ଗିରଫ କରିବା ପରେ ବିର୍ସା ମୁଣ୍ଡା ସେଂଟ୍ରାଲ ଜେଲ୍ କୁ ପଠାଇଛି । ସ୍ପେଶାଲ କୋର୍ଟ ରୁ ସୁମନଙ୍କୁ ଜେରା କରିବା ପାଇଁ ୫ ଦିନିଆ ରିମାଣ୍ଡ ହାତେଇଛି ଇଡି । ବର୍ତ୍ତମାନ ଇଡି ତଦନ୍ତ କରୁଛି ଯେ, ‘ସିଏ’ ଙ୍କ ଘରେ ଏତେ ଟଙ୍କା ରହିବାର କାରଣ!

ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ ତଦନ୍ତ ସ୍କାନରରେ ରଖିଛି ଇଡି । ହେମନ୍ତ ନିଜ ପାଇଁ ଗୋଟିଏ ଖଣି ଲିଜ୍ କରେଇଥିବାରୁ ଇଡି ତାଙ୍କୁ ମଧ୍ୟ ଜେରା କରିପାରେ ବୋଲି ଜଣାପଡ଼ିଛି । ଏହାର ପ୍ରତିକ୍ରିୟାରେ ହେମନ୍ତ କହିଛନ୍ତି ଯେ, “ଏହା ବିଜେପିର କାମ” । “ବିଜେପି ରାଜ୍ୟରେ ସରକାରକୁ ଅସ୍ଥିର କରି ଭାଙ୍ଗିବାକୁ ଚାହୁଁଛି, ତେଣୁ ବିଭିନ୍ନ ପ୍ରକାର ଉପାୟ ପାଞ୍ଚୁଛି ।”

Leave A Reply

Your email address will not be published.