Latest Odisha News

BREAKING NEWS

ସିଂହଦ୍ୱାର ଚକଡ଼ାକୁ ଗଡ଼ିଲା ତିନିରଥ

ପୁରୀ: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଧ୍ୱନୀରେ ବଡ଼ଦାଣ୍ଡ ପ୍ରକମ୍ପିତ ହେଲା । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ଅନୁଷ୍ଠିତ ହେବାନେଇ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିବା ପରେ ଆଜି ରଥଖଳାରୁ ସିଂହଦ୍ୱାର ଚକଡ଼ାକୁ ଆସିଛି ତିନିରଥ ।

ପୁରୀରେ ଆଷାଢ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ପାରମ୍ପରିକ ନୀତି ଅନୁଯାୟୀ ରଥ ଆଜ୍ଞାମାଳ ବିଜେ ନୀତି ପାଳିତ ହୋଇଥାଏ । ଆଜି ସକାଳେ ଶ୍ରୀଜୀଉମାନଙ୍କ ଆଜ୍ଞାମାଳ ରଥଖଳାରେ ଥିବା ତିନି ରଥରେ ବିଜେ କରାଯାଇଥିଲା ।

ରଥଖଳାରୁ ପୋଲିସ କର୍ମଚାରୀ, ସେବାୟତ ତଥା ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀମାନେ ବଡ଼ଦାଣ୍ଡରେ ତିନିରଥକୁ ସିଂହଦ୍ୱାର ଚକଡ଼ାକୁ ଟାଣି ଆଣିଛନ୍ତି । ଜୟ ଜଗନ୍ନାଥ ଧ୍ୱନୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣି ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଛି ।

ଆସନ୍ତାକାଲି ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀଜୀଉମାନେ ପହଣ୍ଡି ବିଜେ କରି ତିନିରଥକୁ ଆସିବେ । ଏହାପରେ ରଥ ପୂଜା ଓ ଛେରାପହଁରା କରାଯାଇ ରଥଟଣା ଆରମ୍ଭ ହେବ । ସୁପ୍ରିମକୋର୍ଟଙ୍କ ଶୁଣାଣି ଓ ନିର୍ଦ୍ଦେଶ ଅନୁସାରେ ଭକ୍ତଶୂନ୍ୟ ରଥଯାତ୍ରା ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.