Latest Odisha News

BREAKING NEWS

ରଥଯାତ୍ରା ଆୟୋଜନ ବଡ ଚ୍ୟାଲେଞ୍ଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ନବୀନ । ସେ କହିଛନ୍ତି, ରଥଯାତ୍ରା ପାଇଁ ପ୍ରଶାସନ ସବୁ ପ୍ରସ୍ତୁତି କରି ସାରିଛି । ବର୍ତ୍ତମାନ କୋଭିଡ-୧୯ ଯୋଗୁଁ କଠିନ ପରିସ୍ଥିତି ଦେଇ ସାରା ବିଶ୍ୱ ଗତି କରୁଛି । ଏହି ପରିସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରିବା ନିଶ୍ଚିତ ଭାବରେ ଏକ ଚ୍ୟାଲେଂଜ ହେବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ ପରିସ୍ଥିତିରେ ରଥଯାତ୍ରାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ସମସ୍ତ ନୀତି କାନ୍ତି ଅତି ସାବଧାନତାର ସହ କରିବାକୁ ପଡିବ । ପରମ୍ପରା ସହ ଜନସ୍ୱାସ୍ଥ୍ୟ ପ୍ରତି ଉଚିତ ଧ୍ୟାନ ଦେଇ ରଥଯାତ୍ରା ପାଳନ କରିବାକୁ ହେବ । ସାରା ବିଶ୍ୱର ନଜର ଏବେ ଓଡ଼ିଶା ଉପରେ ରହିଛି । ଶୃଙ୍ଖଳା ସହିତ ସାମାଜିକ ଦୂରତା ଓ ଗାଇଡଲାଇନ୍‌କୁ ପାଳନ କରି କେମିତି ଠାକୁରଙ୍କ ନୀତିକାନ୍ତି କରାଯାଏ ତାର ନିଦର୍ଶନ ଆମକୁ ସାରା ବିଶ୍ୱକୁ ଦେଖାଇବାକୁ ହେବ ବୋଲି ନବୀନ କହିଛନ୍ତି ।

Leave A Reply

Your email address will not be published.