Latest Odisha News

BREAKING NEWS

ପୁରୀରେ ରଥଯାତ୍ରା ହେବାନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପୁରୀ ବିଧାୟକ

ପୁରୀ: ଜୁନ୍ ୨୩ ତାରିଖରେ ପବିତ୍ର ରଥଯାତ୍ରା । ପୁରୀରେ ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାନେଇ ସୁପ୍ରିମକୋର୍ଟ ଆସନ୍ତାକାଲି ତାଙ୍କର ଶୁଣାଣି ପ୍ରକାଶ କରିବେ । ପୁରୀରେ ଭକ୍ତଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହେବାନେଇ ଆବେଦନ କରିବାକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।

ଏହି ପତ୍ରରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ ଉଲ୍ଲେଖ କରିଛନ୍ତି ଯେ, ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହା ବିଶ୍ୱବ୍ୟାପୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର କୋଟି କୋଟି ଭକ୍ତଙ୍କ ଭକ୍ତିଭାବନାକୁ ପ୍ରଭାବିତ କରିଛି । ରଥଯାତ୍ରା ପୁରୀରେ ଅନୁଷ୍ଠିତ ହେବାନେଇ କିପରି ପୁନର୍ବିଚାର ହୋଇପାରିବ ଏଥିଲାଗି ସରକାର ପ୍ରୟାସ କରନ୍ତୁ ବୋଲି ବିଧାୟକ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାପରେ ପୁରୀ ସମେତ ସାରା ବିଶ୍ୱରେ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ରଥଯାତ୍ରା ଜୁନ୍ ୨୩ ତାରିଖରେ ଆୟୋଜନ କରିବା ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଛି । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛତିଶା ନିଯୋଗର ନିଷ୍ପତ୍ତିକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ଏପରିକି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ରଥଯାତ୍ରା ପ୍ରସଙ୍ଗରେ ଏକ ଭିଡ଼ିଓ ରିଲିଜ୍ କରିଥିବା ନେଇ ଶ୍ରୀ ଷଡ଼ଙ୍ଗୀ ପତ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.