Latest Odisha News

BREAKING NEWS

ପୁରୀ ରଥଯାତ୍ରା: ଗଜପତିଙ୍କ ଅନୁରୋଧ ସପକ୍ଷରେ ସୁପ୍ରିମକୋର୍ଟରେ ଆଇନ ଅନୁଯାୟୀ କାର୍ଯ୍ୟ କରିବେ ରାଜ୍ୟ ସରକାର

ଭୁବନେଶ୍ୱର : ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ଚିଠିରେ ଉଲ୍ଲେଖ କରାଯାଇଥିବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣିରେ ରାଜ୍ୟ ସରକାର ଏହା ସପକ୍ଷରେ ଆଇନ ଅନୁଯାୟୀ କାର୍ଯ୍ୟ କରିବେ । ଏ ନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ରହିଥିବା ଗଜପତି ମହାରାଜାଙ୍କ ପକ୍ଷରୁ ଗତକାଲି ରାଜ୍ୟ ସରକାରଙ୍କୁ ଲେଖାଯାଇଥିବା ଚିଠିରେ କୋଭିଡ୧୯ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ସହିତ ପୁରୀରେ ସାଧାରଣ ଜନତାଙ୍କ ବିନା ରଥଯାତ୍ରା ଅନୁଷ୍ଠିତ କରିବା ପାଇଁ ଅନୁରୋଧ କରାଯାଇଥିଲା ।

ଆଇନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରେ ସମାନ ପ୍ରକାର ମତ ସୁପ୍ରିମକୋର୍ଟ ଶୁଣାଣି ବେଳେ ଶୁକ୍ରବାର ଦିନ ଉପସ୍ଥାପନ କରାଯାଇଥିବା ଉଲ୍ଲେଖ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଶୁଣାଣି ପରେ ସୁପ୍ରିମକୋର୍ଟ ପକ୍ଷରୁ ଜନସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କୁ ରଥଯାତ୍ରା ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ରାୟ ଉପରେ ପୁନଃବିଚାର ଓ ସଂଶୋଧନ ପାଇଁ ବିଭିନ୍ନ ବ୍ୟକ୍ତି ଓ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଛି । ଆସନ୍ତାକାଲି ଏ ସମ୍ପର୍କରେ ଶୁଣାଣି ହେବାକୁ ଯାଉଛି ।

Leave A Reply

Your email address will not be published.