ନୂଆଦିଲ୍ଲୀ: କରୋନା କଟକଣା ପାଳନ କରି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନ ଲାଗି ଆଜି ସୁପ୍ରିମକୋର୍ଟ ଅନୁମତି ଦେବାପରେ ସବୁଆଡ଼େ ଆନନ୍ଦ ପ୍ରକାଶ ପାଇଛି । କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହା । ଟ୍ଵିଟ କରି ଶାହା ଲେଖିଛନ୍ତି ଯେ ଆଜି ଆମ ସମସ୍ତଙ୍କ ପାଇଁ ବିଶେଷକରି ଓଡ଼ିଶାବାସୀଙ୍କ ପାଇଁ ଏକ ଖୁସିରଦିନ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ସବୁଆଡ଼େ ଆନନ୍ଦ ପ୍ରକାଶ ପାଇଛି । ଜୟ ଜଗନ୍ନାଥ !
Today is a special day for all of us, particularly our Odia sisters and brothers as well as devotees of Mahaprabhu Shri Jagannath Ji. The entire nation is delighted by the decision of the Honourable Supreme Court to ensure the Rath Yatra goes on.
जय जगन्नाथ!
— Amit Shah (@AmitShah) June 22, 2020
ସେହିପରି ପୁରୀରେ ରଥଯାତ୍ରା ପାଇଁ ସପ୍ରିମକୋର୍ଟଙ୍କ ଅନୁମତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସାଢେ ୪ କୋଟି ଓଡିଆଙ୍କ ବିଜୟ ଏବଂ ସେମାନଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ସାଢେ ୪ କୋଟି ଓଡିଆ ଏବଂ ସାରା ବିଶ୍ୱରେ କୋଟି କୋଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଭାବାବେଗକୁ ସମ୍ମାନ ଦେଇଥିବାରୁ ମାନ୍ୟବର ସୁପ୍ରିମକୋର୍ଟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ରଥଯାତ୍ରା ପାଇଁ ଗଜପତି ମହାରାଜା ଓ ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ରାଜ୍ୟ ସରକାର, ଛତିଶା ନିଯୋଗ, ସେବାୟତ, ଏବଂ ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ଉଦ୍ୟମ ଓ ପ୍ରାର୍ଥନା ପାଇଁ ଧନ୍ୟବାଦ ।
ଜୟ ଜଗନ୍ନାଥ ?
— Dharmendra Pradhan (@dpradhanbjp) June 22, 2020
ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗି ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟକୁ ଧନ୍ୟବାଦ ଜଣାଇଛନ୍ତି । ସମସ୍ତ ନୈରାଶ୍ୟ ଓ ଅନିଶ୍ଚିତତାର ସମାପ୍ତ ହୋଇଛି ବୋଲି ସେ କହିଛନ୍ତି ।
ବିଶେଷତଃ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକ୍ରମେ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ହସ୍ତକ୍ଷେପ ଫଳରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏକ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରିବା ଓ ରାଜ୍ୟ ସରକାର ତାହାକୁ ସମର୍ଥନ କରିବା କାରଣରୁ ସୁପ୍ରିମକୋର୍ଟ ଏହି ନିର୍ଣ୍ଣୟ ନେଵା ହୁଏତ ସମ୍ଭବ ହୋଇପାରିଛି ।
— Pratap Sarangi (@pcsarangi) June 22, 2020
Comments are closed.