Latest Odisha News

ବଡ଼ଦାଣ୍ଡ ତୋତେ ଡାକୁଛି…

ବଡ଼ଦାଣ୍ଡ ତୋତେ ଡାକୁଛି…

ସନ୍ତୋଷ କୁମାର ମିଶ୍ର

ବଡ଼ ଦାଣ୍ଡ ତୋତେ ଡାକୁଛି
ନନ୍ଦିଘୋଷ ରଥ ଡାକୁଛି
ଆରେ କାଳିଆ ରଥ ଯାତରାକୁ
ମାଉସୀ ମା ତୋତେ ଡାକୁଛି…..(0)
ପହଣ୍ଡି ବିଜେ ରେ ହଟ କରିବୁନି
ସହଳ ସହଳ ଆସିବୁ,
ମଥାରେ ଟାହିଆ ନ ଝୁଲୁ ପଛକେ
ନନ୍ଦିଘୋଷ ରଥେ ବସିବୁ,
ଭକ୍ତ ବଡ଼ଦାଣ୍ଡେ ନ ରହିଲେ ନାହିଁ
ସେବାୟତ ସଙ୍ଗେ ଯିବୁ,
ଦୂରରୁ ଭକତ ମାରିଲେ ମୁଣ୍ଡିଆ
ଆଶିଷ ଟିକିଏ ଦେବୁ,
ଆ ରେ କାଳିଆ ବଡ଼ ଦେଉଳରୁ
ପତିତ ତୋ ପାଇଁ ଡାକୁଛି,
 ଆ ରେ କାଳିଆ ରଥ ଯାତରାକୁ
ମାଉସୀ ମା ତୋତେ ଡାକୁଛି…..(୧)
ସୂର୍ଯ୍ୟ ଚନ୍ଦ୍ର ତାରା କରିବେ ଦର୍ଶନ
ଚାହିଁ ଛନ୍ତି ତୋର ଯାତକୁ,
ଏ ସାରା ବିଶ୍ୱର ହରି ପ୍ରେମୀ କଣ୍ଠେ
ଡାକୁଛନ୍ତି ଜଗନ୍ନାଥଙ୍କୁ,
ବଳଗଣ୍ଡି ଠାରେ ଟିକେ ଅଟକିବୁ
ଦେଖିଯିବ ସାଲବେଗ,
ବଳରାମ ଦାସ ଦାସିଆ ବାଉରୀ
ପ୍ରଭୁଙ୍କୁ ଦେଖିବେ ଆଗ,
ଆ ରେ କାଳିଆ ରଥରେ ବସିବୁ
ଗୁଣ୍ଡିଚା ମନ୍ଦିର ଡାକୁଛି,
ଆ ରେ କାଳିଆ ରଥ ଯାତରାକୁ
ମାଉସୀ ମା ତୋତେ ଡାକୁଛି…..(୨)
———————————–
ଆଇନଜୀବୀ, ଭବାନୀପାଟଣା
ଦୁରଭାଷ- ୯୪୩୮୨୬୩୪୬୪
Leave A Reply

Your email address will not be published.