Latest Odisha News

BREAKING NEWS

ନୋଏଡା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ନୂଆଦିଲ୍ଲୀ : ରଥଯାତ୍ରା କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ ମହା ସମାରୋହରେ ପାଳନ ହୁଏ । ସେହି ପରିପ୍ରେକ୍ଷୀରେ ଦିଲ୍ଲୀ ନୋଏଡାର ସେକ୍ଟର ୧୨୧ ସ୍ଥିତ ଗଢିଚୌଖଣ୍ଡି ଜଗନ୍ନାଥ ମନ୍ଦିର ଠାରେ ରଥଯାତ୍ରା ଉତ୍ସବ ବିପୁଳ ଆନନ୍ଦ, ଉଲ୍ଲାସ,ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି।

ଏହି ଆଧ୍ୟତ୍ମିକ ସମାରୋହରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କର ସମାଗମ ହୋଇଥିବାର ଦେଖା ଯାଇଥିଲା। ଦିଅଁମାନଙ୍କ ସମ୍ମୁଖରେ ମଙ୍ଗଳ ଆଳତି, ରଥ ସ୍ଥାପନ ଏବଂ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ନୀତି ସହିତ ଠାକୁରମାନଙ୍କୁ ଛପନ ଭୋଗ ଅର୍ପଣ କରାଯାଇ ଉପସ୍ଥିତ ସମସ୍ତ ଭକ୍ତମାନଙ୍କୁ ମହାପ୍ରସାଦ ବଣ୍ଟନ କରାଯାଇଥିଲା।

ମନ୍ଦିର ପରିଚାଳନା କମିଟିର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ଚାର୍ଟଡ଼ ଏକାଉଟାଣ୍ଟ ଓ ସମାଜସେବୀ ଡ଼ଃ ମନୋରଞ୍ଜନ ମହାନ୍ତିଙ୍କର ନେତୃତ୍ବରେ ସ୍ବେଚ୍ଛାସେବୀ ଏବଂ ସଂଗଠକମାନଙ୍କ ଦ୍ୱାରା ଶାନ୍ତି ଶୃଙ୍ଖଳାର ସହିତ ଆୟୋଜିତ ଏହି ରଥଯାତ୍ରାରେ ଦୀପକ ସିଂହଲ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ।ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ୱାମୀ ଚକ୍ର ପାଣି ମହାରାଜ,ଉତ୍ତର ପ୍ରଦେଶର ପ୍ରଭାରୀ କୁମାର ବ୍ରିଜେଶ, ପୋଲିସ କମିଶନର ଲକ୍ଷ୍ମୀ ସିଂହ, ଜିଲ୍ଲା ନ୍ୟାୟଧିଶ ମନୀଷ କୁମାର ବର୍ମା, ଦାଦ୍ରୀ ବିଧାୟକ ତେଜପାଲ ନାଗର, ରାଜ୍ୟସଭା ସାଂସଦ ସୁରେନ୍ଦ୍ର ନାଗର, ଉତ୍ତରପ୍ରଦେଶ କୃଷି ଅନୁସନ୍ଧାନ ପରିଷଦର ଅଧ୍ୟକ୍ଷ କ୍ୟାପ୍ଟନ ବିକାଶ ଗୁପ୍ତା, ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ନବାବ ସିଂହ ନାଗର ପ୍ରମୁଖ ଯୋଗ ଦେଇଥିଲେ।

ଅପରାହ୍ନରେ ରଥଟଣା ହୋଇ ଚତୁର୍ଦ୍ଧା ମୂର୍ତ୍ତି ଶୋଭା ପାଉଥିବା ରଥଟିକୁ ୩ କିଲୋମିଟର ଦୂରରେ ଅବସ୍ଥିତ ବାଲକନାଥ ମନ୍ଦିର ଅନ୍ତର୍ଗତ ମାଉସୀ ମା’ ପୀଠକୁ ନିଆଯାଇଥିଲା।

ରଥଯାତ୍ରାକୁ ସୁଚାରୁ ରୂପେ ଆୟୋଜନ ଏବଂ ସଫଳତାର ସହିତ ସମାପନ କରିବାରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଓ ସଦସ୍ୟଗଣ ଯଥା ସଭାପତି ବିଶ୍ଵନାଥ ତ୍ରିପାଠୀ , ଦୁଇ ଉପସଭାପତି ପ୍ରମୋଦ ବଳ ଓ ନିଗମାନନ୍ଦ ମହାନ୍ତି , ସାଧାରଣ ସମ୍ପାଦକ ମନୋରଞ୍ଜନ ମହାନ୍ତି ଓ ଯୁଗ୍ମ-ସମ୍ପାଦକ ଧନେଶ୍ୱର ନାୟକ, କାର୍ଯ୍ୟକାରୀ କମିଟିର ସଦସ୍ୟବୃନ୍ଦ ଯଥା ସୁବଳ ବେହେରା,ଦିଲ୍ଲୀପ ସ୍ୱାଇଁ,ଦେବୁ ମିଶ୍ର,ଅକ୍ଷୟ ସ୍ୱାଇଁ,ପ୍ରଶାନ୍ତ ଖିଲାର, ଅଭିମନ୍ୟୁ ପରିଡ଼ା,ରମେଶ ନାୟକ, ପ୍ରକାଶ ରାୟ, ଏ.ଆର. ପରିଜା, ଭରତ ପ୍ରଧାନ, କିଶୋର ପରିଡ଼ା ଓ ଡ଼ଃ ବିମ୍ବାଧର ରଥ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Comments are closed.