Latest Odisha News

ନୂଆଦିଲ୍ଲୀର ହାଉଜଖାସ ମନ୍ଦିରରେ ରଥଯାତ୍ରା ପାଳନ

ଭୁବନେଶ୍ୱର : ନୂଆଦିଲ୍ଲୀର ହାଉଜଖା୍ସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ସବୁଠୁ ବୃହତ ଜଗନ୍ନାଥ ମନ୍ଦିରଠାରେ ୫୦ ହଜାର ଭକ୍ତଙ୍କ ସମାଗମରେ ୪୬ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାରତ ସରକାରଙ୍କର ସଂସ୍କୃତି ବିଭାଗର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପାରମ୍ପରିକ ଢଙ୍ଗରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ । ବିଶିଷ୍ଟ ଅତିଥି ଭାବରେ ଏଠାରେ ଆଇ.ଏମ .ଡ଼ି ର ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର, ସ୍ଥାନୀୟ ବିଧାୟକ ସୋମନାଥ ଭାରତୀ, ଏସ.କେ.ଜେନା, ରାଘବ ଦାଶ, ସୁରଜ ନାୟକ ଓ କେଦାର ନାଥ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ I

ପହଣ୍ଡି ପରେ ମହାପ୍ରଭୁଙ୍କ ରଥକୁ ଆଂସାରୀ ନଗରକୁ ନିଆଯାଇ ପୁଣି ମନ୍ଦିର ବେଢାକୁ ଫେରାଇ ଅଣାଯାଇଥିଲା। ରଥ ମନ୍ଦିର ପ୍ରାଙ୍ଗଣକୁ ଫେରିବା ପରେ ସର୍ବ ସାଧାରଣ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦର୍ଶନ କରିଥିଲେ। ରାତ୍ରର ବିଳମ୍ବିତ ପ୍ରହରରେ ଠାକୁରମାନଙ୍କୁ ପହଣ୍ଡି କରାଯାଇ ମନ୍ଦିରର ବେସମେଣ୍ଟରେ ଥିବା ମାଉସୀମା’ ଘରକୁ ନିଆଯାଇ, ସେଠାରେ ଥିବା ସିଂହାସନରେ ଆସୀନ କରାଯାଇଥିଲା।

ରଥଯାତ୍ରାର ସମଗ୍ର ଆୟୋଜନକୁ ସୁଚାରୁ ରୂପେ ସମ୍ପନ୍ନ କରାଯିବାରେ ମନ୍ଦିର ପରିଚାଳନା କମିଟି ନୀଳାଚଳ ସେବାସଙ୍ଘର କର୍ମକର୍ତ୍ତା ଓ ସଦସ୍ୟଗଣ ଯଥା ସଭାପତି ବିଘ୍ନେଶ୍ୱର ରାଉତ, ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ, ଅଭୟ ପ୍ରଧାନ, ଅଶୋକ ପ୍ରଧାନ(କ), କ୍ଷୀରୋଦ ପାତ୍ର,ଗଜେନ୍ଦ୍ର ସାମନ୍ତ, ଅଭିରାମ ସୁତାର, ଅଶୋକ ପ୍ରଧାନ (ଖ), ଜୀତେନ୍ଦ୍ର ମହାପାତ୍ର, ଅଜୟ ପ୍ରଧାନ,ପଙ୍କଜ ମହାନ୍ତି,ନିଶୀଦ୍ଧ କୁମାର ଦାଶ,ରଙ୍କନିଧି ସାହୁ,ବିଜୟ ସାହୁ, ଦିଲ୍ଲୀପ କୁମାର ସ୍ୱାଇଁ, କିଶୋର ସାମଲ, ସନାତନ ମିଶ୍ର, ବିଜୟ କୁମାର ସାହୁ, ଅମୁଲ୍ୟ ଓଝା, ସୁକାନ୍ତ ସାହୁ, ଏବଂ ମନ୍ଦିର ମୁଖ୍ୟ ପରିଚାଳକ ରଶ୍ମି ରଞ୍ଜନ ବେହେରା ତଥା ସହପରିଚାଳକ ଶଶୀକାନ୍ତ ସାହୁ, ସଂଜୀବ ଜେନା ଓ ମନ୍ଦିରର ପୂଜକବୃନ୍ଦ ଯଥା ସନାତନ ପାଢ଼ୀ, ଦେବବ୍ରତ ମିଶ୍ର, ଜଗବନ୍ଧୁ ଦାଶ, ପ୍ରେମାନନ୍ଦ ଶତପଥି, ସନ୍ତୋଷ ପଣ୍ଡା ଓ ପ୍ରଶାନ୍ତ ଦାଶ ପ୍ରମୁଖ ସହଯୋଗ କରିଥିଲେ ।

 

Comments are closed.