Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଆଜି ହେବନାହିଁ ମହାପ୍ରଭୂଙ୍କର ରାତ୍ର ପହୁଡ: ବିଳମ୍ବିତ ରାତି ଯାଏଁ ଚାଲିବ ଦର୍ଶନ

ପୁରୀ : ଆଜି ମହାକାର୍ତ୍ତିକମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି। ଆଜି ମହାପ୍ରଭୁ ଭକ୍ତ ମାନଙ୍କୁ  ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି  । ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଜି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କାରଣ ଆଜି ମହାପ୍ରଭୂଙ୍କର ରାତ୍ର ପହୁଡ ହେବନାହିଁ । କାର୍ତ୍ତିକ ମାସରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ଭିଡ ପରିଲକ୍ଷିତ ହେଉଛି  ।

ଯାହାକୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ରହିଛି ।  କାଲି ମହାପ୍ରଭୁଙ୍କୁ  ରାଜ ରାଜେଶ୍ୱର ବେଶ ବା ସୁନାବେଶରେ ସଜ୍ଜିତ କରାଯିବ  । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି  । ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବି କଡାକଡି କରାଯାଇଛି ।  ବିଶ୍ବାସ ରହିଛି ଆଜିର ଦିନରେ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ ।

Leave A Reply

Your email address will not be published.