Latest Odisha News

BREAKING NEWS

ରତ୍ନଭଣ୍ଡାର ସୁରକ୍ଷିତ, ରହିଛି ଦେଢ କୁଇଣ୍ଟାଲ ସୁନା: ସତ୍ୟପାଠରେ ତଥ୍ୟ ରଖିଲେ ସରକାର

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ସୁରକ୍ଷିତ ଅଛି । ରତ୍ନଭଣ୍ଡାର ଶେଷଥର ପାଇଁ ୧୯୭୮ ମସିହାରେ ଖୋଲା ଯାଇଥିଲା । ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିରର ରତ୍ନଭଣ୍ଡାର ସୁରକ୍ଷା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ ବେଳେ ଏମିତି ତଥ୍ୟ ରଖିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।

ରତ୍ନଭଣ୍ଡାରକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରତ୍ନଭଣ୍ଡାର ଚାବି ହଜି ଯାଇଥିବାବେଳେ ନକଲି ଚାବି ବି ମିଳୁନି । ଫଳରେ ରତ୍ନଭଣ୍ଡାର ଖୋଲାଯାଇ ପାରୁନି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟରେ ସତ୍ୟାପାଠ ଦାଖଲ କରିଛନ୍ତି । ସତ୍ୟପାଠରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି, ଏଠାରେ ପାଖାପାପଖି ୧.୫ କୁଇଣ୍ଟାଲ ଅର୍ଥାତ ୧୪୯କିଲୋ ୪୬୦ ଗ୍ରାମ ସୁନା ରହିିଛି । ସେହିପରି ୧୮୪ କେଜି ରୂପା ମଧ୍ୟ ରହିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଏହି ରତ୍ନଭଣ୍ଡାର ୧୯୭୮ରେ ଖୋଲା ଯାଇଥିଲା । ରତ୍ନଭଣ୍ଡାରରେ କେତେ ଅଳଙ୍କାର କଣ ରହିଛି ତାହାର ଯାଞ୍ଚ କରାଯାଇ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା ।

ସତ୍ୟପାଠରେ ଦର୍ଶାଯାଇଥିବା ତଥ୍ୟ ଅନୁଯାୟୀ, ଏହି ରତ୍ନଭଣ୍ଡାରରେ ତିନୋଟି ଚାମ୍ବର ରହିଛି । ତୃତୀୟ କୋଠରୀରେ ଥବା ଅଳଙ୍କାର କେବେ ବ୍ୟବହାର ହୁଏ ନାହିଁ । ତେବେ ବାହାର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ପର୍ବପର୍ବାଣୀରେ ଏବଂ ଚଳନ୍ତି ଭଣ୍ଡାରରେ ଥିବା ଅଳଙ୍କାର ନିତିଦିନିଆ ବ୍ୟବହାରରେ ଲାଗିଥାଏ ବୋଲି ସତ୍ୟପାଠରେ କୁହାଯାଇଛି ।

ରତ୍ନଭଣ୍ଡାରର ଭିତର କାେଠରୀରେ ୫୦ କେଜି ୬୦୦ ଗ୍ରାମ ସୁନାଳଙ୍କାର ରହିଛି । ସେହିପରି ୧୩୪ କେଜି ୫୦ ଗ୍ରାମ ରୂପାଳଙ୍କାର ରହିଛି । ଅନ୍ୟପକ୍ଷେ ବାହାର ଭଣ୍ଡାରରେ ୯୫ କେଜି ୩୨୦ ଗ୍ରାମ ସ୍ୱର୍ଣ୍ଣାଳଙ୍କାର ଏବଂ ୧୯ କେଜି ୪୮୦ ଗ୍ରାମର ରୂପାଳଙ୍କାର ରହିଛି । ଏହି ସବୁ ଅଳଙ୍କାର ବିଭିନ୍ନ ପର୍ବପର୍ବାଣୀ ଏବଂ ସୁନାବେଶରେ ତିନିଠାକୁରଙ୍କୁ ପିନ୍ଧା ଯାଇଥାଏ । ସେହିପରି ଚଳନ୍ତିଭଣ୍ଡାରରେ ଥିବା ପାଖାପାଖି ୩ କେଜି ସୁନା ଏବଂ ୩୦ କେଜି ରୂପା ଅଳଙ୍କାର ପ୍ରଭୁ ଦୈନନ୍ଦିନ ବ୍ୟବହାର କରିଥାନ୍ତି ।

ତେବେ ଏହି ରତ୍ନଭଣ୍ଡାର ଖୋଲିବା ପାଇଁ ବିରୋଧୀ ଏବଂ ଭକ୍ତମାନେ ଦାବି କରି ଆସୁଥିବାବେଳେ ସରକାର ଏହାକୁ ଖୋଲିବା ଲାଗି କେବେ ଚଷ୍ଟା କରୁନାହାନ୍ତି । ଅନ୍ୟପକ୍ଷେ ସରକାରଙ୍କର ଏହି ସତ୍ୟପାଠକୁ ନେଇ କଡା ସମାଲୋଚନା କରିଛନ୍ତି ନରସିଂହ ମିଶ୍ର । ସେ କହିଛନ୍ତି, ୧୯୭୮ରେ ଶେଷ ଥର ପାଇଁ ଏହା ଖୋଲା ଯାଇଥିଲା । ୧୯୭୮ରୁ ଏହା ଭିତରେ ୪୫ ବର୍ଷ ହୋଇଗଲାଣି । ଏହା ଭିତରେ ରତ୍ନଭଣ୍ଡାର ଆଦୌ ଖୋଲା ଯାଇ ନ ଥିବାବେଳେ ଏହା ସୁରକ୍ଷିତ ଅଛି ବୋଲି ସରକାର କେମିତି ଜାଣିଲେ ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର । ଏପରି ସତ୍ୟପାଠ ଦାଖଲ କରି ସରକାର କିଛି ତଥ୍ୟ ଲୁଚାଉଥିବା କହିଛନ୍ତି ଶ୍ରୀ ମିଶ୍ର । ତା ବ୍ୟତୀତ ଗଜପତି ମଧ୍ୟ ନିଜେ କହୁଛନ୍ତି, ରତ୍ନଭଣ୍ଡାରର ମରାମତି ଆବଶ୍ୟକ  । ଏପରି ସ୍ଥିତିରେ ଏହା ସୁରକ୍ଷିତ ଥିବା କହିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି କହିଛନ୍ତି ନାରସିଂହ ମିଶ୍ର

Leave A Reply

Your email address will not be published.