Latest Odisha News

BREAKING NEWS

ୟୁନେସ୍କୋର ପ୍ରୟୋଗାତ୍ମକ ଐତିହ୍ୟ ତାଲିକାଭୁକ୍ତ ହେଲା ହୀରକ ତ୍ରିଭୁଜ ରତ୍ନଗିରି-ଉଦୟଗିରି-ଲଳିତଗିରି

ଭୁବନେଶ୍ୱର: ବିଶ୍ୱ ଐତିହ୍ୟ ତାଲିକାରେ ଯୋଡ଼ିହେବା ପାଇଁ ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ସର୍କିଟ୍ ଭିତରୁ ଅନ୍ୟତମ ରତ୍ନଗିରି, ଲଳିତଗିରି ଓ ଉଦୟଗିରି ୟୁନେସ୍କୋର ପ୍ରୟୋଗାତ୍ମକ ଐତିହ୍ୟ ତାଲିକାଭୁକ୍ତ ହୋଇଛି । କରିବା ପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ୮ ମାସ ତଳେ ବିଧିବଦ୍ଧ ଭାବରେ ଆବେଦନ କରିଥିଲେ ।

ଏଥିପାଇଁ ଉଦ୍ଦିଷ୍ଟ ଆବେଦନପତ୍ର ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର, ଫଟୋଚିତ୍ର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦସ୍ତାବିଜ ଦାଖଲ କରାଯାଇଥିଲା । ଏହାକୁ ପୁଙ୍ଖାନୁପୁଙ୍ଖ ଭାବେ ଏବଂ ଆବଶ୍ୟକ ମାର୍ଗଦର୍ଶିକା ସହିତ ଅନୁଧ୍ୟାନ ପରେ ୟୁନେସ୍କୋର ନିର୍ଦ୍ଦେଶକ ଲାଜାରେ ଇଲୋଣ୍ଡୋଭ ଆସୋମୋ ଏହାର ଭାରତୀୟ ସ୍ଥାୟୀ ସଦସ୍ୟ ତଥା ଆମ୍ବାସାଡର ବିଶାଲ ଭି ଶର୍ମାଙ୍କୁ ଗତ ୨୧ ତାରିଖରେ ଏକ ପତ୍ର ଲେଖି ଏହି ସମ୍ମାନଜନକ ସ୍ୱୀକୃତି ସଂକ୍ରାନ୍ତ ଅନୁମୋଦନ ପଠାଇଛନ୍ତି ।

ଓଡ଼ିଶା ପର୍ଯ୍ୟଟନ ବିଭାଗ କହିଛି, ଓଡ଼ିଶାର ହୀରକ ତ୍ରିଭୁଜ ପାଇଁ ଏହା ଏକ ଐତିହାସିକ ମାଇଲଖୁଣ୍ଟ । ଏହି ସଫଳତା ଗବେଷଣା, ସଂରକ୍ଷଣ ଓ ଦୀର୍ଘକାଳୀନ ପର୍ଯ୍ୟଟନ ଦୃଷ୍ଟିକୋଣରେ ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ବୌଦ୍ଧ ଐତିହ୍ୟ କେନ୍ଦ୍ର ଭାବେ ଗଢ଼ି ତୋଳିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ରାଜ୍ୟର ବୌଦ୍ଧ ଐତିହ୍ୟ ଓ ସାଂସ୍କୃତିକ ମହତ୍ତ୍ୱକୁ ବିଶ୍ୱ ମଞ୍ଚରେ ନୂଆ ପରିଚୟ ଦେଇଛି ।

Comments are closed.