Latest Odisha News

BREAKING NEWS

ଏହି ଗୁମ୍ଫାରେ ରହିଛି ରାବଣଙ୍କ ଶବ !

ପୁରୀ: ରାମାୟଣ ସମ୍ପର୍କୀତ ଅନେକ ରହସ୍ୟ ଧିରେ ଧିରେ ସମ୍ମୁୁଖକୁ ଆସୁଛି । ଶ୍ରୀଲଙ୍କାରେ ଏପରି ଏକ ଗୁମ୍ଫା ରହିଛି ଯେଉଁଠାରେ ରାବଣଙ୍କ ଶବ ରଖା ଯାଇଥିବା ବିଶ୍ୱାସ ରହିଛି । ଏହି ଗୁମ୍ଫା ଶ୍ରୀଲଙ୍କାର ରୈଗାଲର ଘଂଚ ଜଙ୍ଗଲରେ ଅବସ୍ଥିତ । ଏହା ଭୂପତନଠାରୁ ୮ ହଜାର ଫୁଟ ଉଚ୍ଚରେ ରହିଛି । ୧୦ ହଜାର ବର୍ଷ ତଳେ ମହାପ୍ରଭୁ ଶ୍ରୀରାମ ରାବଣଙ୍କୁ ମାରିଥିଲେ । ବିଭୀଷଣଙ୍କୁ ରାବଣଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଶ୍ରୀରାମ କହିଥିଲେ ।

ଲୋକକଥା ଅନୁସାରେ ବିଭୀଷଣ ରାଜଗାଦି ହାସଲ କରିବା ଲୋଭରେ ରାବଣଙ୍କ ଅନ୍ତିମ ସଂସ୍କାର ନ କରି ପଳାଇ ଯାଇଥିଲେ । ନାଗକୂଳର ଲୋକମାନେ ରାବଣଙ୍କୁ ଭଲ ପାଉଥିଲେ । ସେମାନଙ୍କ ବିଶ୍ୱାସ ଥିଲା ରାବଣଙ୍କ ମୃତ୍ୟୁ କ୍ଷଣସ୍ଥାୟୀ । ସେଥିପାଇଁ ସେମାନେ ରାବଣଙ୍କ ଶବକୁ ମମି ପରି ସୁରକ୍ଷିତ ରଖିଥିଲେ । ସେବେଠାରୁ ସେହି ଗୁମ୍ପାରେ ରାବଣଙ୍କ ଶବ ରହି ଆସିଛି ।

Leave A Reply

Your email address will not be published.