Latest Odisha News

BREAKING NEWS

ବାଲୁକା କଳାରେ ଭେଟେରାନ୍ ଅଭିନେତା ବିଜୟ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସ୍ୱର୍ଗତଃ ବିଜୟ ମହାନ୍ତିଙ୍କର ଶେଷକୃତ୍ୟ ମଙ୍ଗଳବାର ଦିନ ସମ୍ପନ୍ନ ହୋଇଯାଇଛି । ଏହି ବର୍ଷିୟାନ୍ ଅଭିନେତାଙ୍କ ଦେହାନ୍ତରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

BjdElectrycity

ଏହି ଅବସରରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସାଣ୍ଡ ଆନିମେସନ୍ ଜରିଆରେ ସ୍ୱର୍ଗତଃ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହାକୁ ପ୍ରସ୍ତୁତ କରିବା ଲାଗି ତାଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା ।

ଶ୍ରୀ ମହାନ୍ତି ଜଣେ ଅଭିଜ୍ଞ କଳାକାର ହୋଇଥିବା ବେଳେ ୧୯୫୦ ମସିହା ଏପ୍ରିଲ ୮ ତାରିଖରେ କେନ୍ଦ୍ରାପଡା ପାଣ୍ଡିରିରେ ଜନ୍ମ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ବାରିପଦାରେ ସ୍କୁଲ ଓ କଲେଜ ଶିକ୍ଷା ଶେଷ କରିଥିଲେ । ପରେ ୧୯୭୦ ମସିହାରେ ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ସ୍ନାତକ କରିଥିଲେ। ସେ ଦିଲ୍ଲୀରୁ ଫେରି ଓଡିଆ ସିନେ ଜଗତରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ।

Leave A Reply

Your email address will not be published.