Latest Odisha News

BREAKING NEWS

ବଢିବ କି ଆରବିଆଇ ଗଭର୍ଣ୍ଣରଙ୍କ କାର୍ଯ୍ୟକାଳ? 

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ପାଇଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ମହାରାଷ୍ଟ୍ର ନିର୍ବାଚନ ପରେ ଏହାର ଘୋଷଣା କରାଯାଇପାରେ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣରଙ୍କ ବର୍ତ୍ତମାନର କାର୍ଯ୍ୟକାଳ ଡିସେମ୍ବର ୧୦ରେ ଶେଷ ହେବ। ତେବେ ଏହାରି ମଧ୍ୟରେ ତାଙ୍କର କାର୍ଯ୍ୟକାଳ ଅତି କମରେ ଆଉ ଏକ ବର୍ଷ ବୃଦ୍ଧି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

Comments are closed.