ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେ ନିଜର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ରବିବାର ଦିନ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି, ମୁଁ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛି । ଏବେ ହୋମ୍ ଆଇସୋଲେସନରେ ଅଛନ୍ତି ଏବଂ ସୁସ୍ଥ ରହିଛନ୍ତି ।
ନିକଟ ଅତୀତରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ଆଇସୋଲେସନରେ ରୁହନ୍ତୁ ବୋଲି ସେ ଅନୁରୋଧ ମଧ୍ୟ କରିଛନ୍ତି ।
ତେବେ ଆରବିଆଇର କାର୍ଯ୍ୟ ପ୍ରଭାବିତ ହେବ ନାହିଁ । ସରକାରୀ ଓ ଅନ୍ୟ ଅଧିକାରୀ ମାନେ ଭିସି ଏବଂ ଟେଲିଫୋନ୍ ଜରିଆରେ ଯୋଗାଯୋଗ ରଖିବେ।
Comments are closed.