Latest Odisha News

BREAKING NEWS

ପୋଲିସ ପୁଅ ବିରୋଧରେ ଛେଳି ଚୋରି ଅଭିଯୋଗ !

ପୁରୀ: କଥାରେ ଅଛି ବାଡ ଯଦି ଫସଲ ଖାଇବ ଲୋକେ ଗୁହାରି କରିବେ କାହାକୁ । ଠିକ ଏହିପରି ଏକ ଉଦାହରଣ ପୁରୀ ଜିଲ୍ଲାରୁ ସାମ୍ନାକୁ ଆସିଛି । ଟଙ୍କା, ସୁନା କି ହତ୍ୟାକାଣ୍ଡ ନୁହେଁ, ବରଂ ଛେଳି ଚୋରି କରି ଗିରଫ ହୋଇଛି ଜଣେ ପୋଲିସ କର୍ମଚାରୀଙ୍କ ପୁଅ ।

ପୋଲିସ ରିପୋର୍ଟ ଅନୁଯାୟୀ ବଳଙ୍ଗା ଅଂଚଳରୁ ବାରମ୍ବାର ଛେଳି ଚୋରି ହେବା ନେଇ ଅଭିଯୋଗ ହେଉଥିଲା । ପ୍ରତିଦିନ ଏଭଳି ଘଟଣା ପୋଲିସର ମୁଣ୍ଡ ବ୍ୟଥାର କାରଣ ସାଜିଥିଲା । ଏ ନେଇ ପୋଲିସ ତଦନ୍ତ ଚଲାଇଥିବାବେଳେ ଗୁରୁବାର ଛେଳି ଚେରି ଅଭିଯୋଗରେ ଧରାପଡିଥିଲେ ୨ ଅଭିଯୁକ୍ତ ।

କ୍ଷୀରିଖିଆ ଗାଁରୁ ୨ଜଣ ଯୁବକ ଛେଳି ଚୋରି କରୁଥିବାବଳେ ସ୍ଥାନୀୟ ଲୋକ ତାଙ୍କୁ ଧରିନେଇଥିଲେ । ଧମକଚମକ ଦେଇ ପଚରାଉଚରା କରିବାରୁ ୨ ଅଭିଯୁକ୍ତ ଗାଁ ଲୋକଙ୍କ ସାମ୍ନାରେ ଦୋଷ ସ୍ୱୀକାର କରିଥିଲେ । ଅଭିଯୁକ୍ତଙ୍କୁ ଗାଁ ଲୋକେ ଥାନାରେ ଜିମା ଦେବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ଗିରଫ ୨ ଅଭିଯୁକ୍ତ ହେଲେ ପିପିଲି ଥାନା ଅନ୍ତର୍ଗତ ଜୟୀପୁର ଗାଁର ଲୁରୁଲ୍ ମହମ୍ମଦ ଓ ଅବଦୁଲ୍ ସାଇରୁଦ୍ଦିନ୍ ଖାନ୍ । ତଦନ୍ତରୁ ଜଣାପଡିଥିଲା ଅବ୍ଦୁଲର ବାପା ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ । ତେବେ ଛେଳି ଚୋରି ମାମଲାରେ ଜଣେ ପୋଲିସ କର୍ମଚାରୀଙ୍କ ପୁଅ ସଂପୃକ୍ତ ଥିବାରୁ ଘଟଣା ଖୁବ ଚର୍ଚ୍ଚା ସାଉଣ୍ଟିଛି ।

Leave A Reply

Your email address will not be published.