Latest Odisha News

BREAKING NEWS

ଆଜିଠାରୁ ବ୍ୟାଙ୍କ ଉପଭୋକ୍ତା ପାଇପାରିବେ କେଉଁ ସବୁ ସୁବିଧା, ଜାଣନ୍ତୁ…

ଭୁବନେଶ୍ୱର: ଆରବିଆଇର ନିର୍ଦେଶ ଅନୁସାରେ ଆଜିଠାରୁ ବ୍ୟାଙ୍କ କଷ୍ଟମର୍ସକୁ କୌଣସି ଦିନ ଓ କୌଣସି ସମୟରେ ଏନଇଏଫଟି ଦ୍ୱାରା ଗୋଟିଏ ଖାତାରୁ ଅନ୍ୟ ଖାତାକୁ ଟଙ୍କା ପଠାଇବାର ସୁବିଧା ମିଳିବ |

କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ କହିଥିଲା ଯେ, ୧୬ ଡ଼ିସେମ୍ବରରୁ ବ୍ୟାଙ୍କ ନିଜର ଉପଭୋକ୍ତାଙ୍କୁ ନେସନାଲ ଇଲେକ୍ଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର (ଏନଇଏଫଟି) ର ସୁବିଧା ୨୪ ଘଣ୍ଟା ପ୍ରଦାନ କରିବ|

କେନ୍ଦ୍ରୀୟ ବ୍ୟାଙ୍କ ଏଥିପାଇଁ ବ୍ୟାଙ୍କକୁ ଜରୁରୀ ଅନୁସାରେ ପର୍ଯ୍ୟାପ୍ତ ନଗଦ ଅଫର ଲୋକମାନଙ୍କୁ ଦେବାପାଇଁ ନିର୍ଦେଶ ଦେଇଛିନ୍ତି | ଏନଇଏଫଟି ହେଉଛି ଅନଲାଇନ ଦ୍ୱାରା ବ୍ୟାଙ୍କ ଖାତାଧାରକ ଗୋଟିଏ ଖାତାରୁ ଅନ୍ୟ ଖାତାକୁ ଟଙ୍କା ପଠାଇବା ପ୍ରକ୍ରିୟା |

ଆରବିଆଇ ଏସମ୍ପର୍କରେ ବ୍ୟାଙ୍କମାନଙ୍କୁ ପତ୍ରଲେଖି କହିଛନ୍ତି ଯେ ସେମାନେ ସବୁବେଳେ ନିଜର ଚାଲୁଖାତା ରେ ସବୁବେଳେ ପ୍ରାଯ୍ୟାପ୍ତ ରାଶି ରଖନ୍ତୁ, ଯାହା ଫଳରେ ଟଙ୍କା ଟ୍ରାନ୍ସଫର ରେ କୌଣସି ଅସୁବିଧା ହେବନି |

ଏହା ସହ ନିଜର ଉପଭୋକ୍ତାଙ୍କ ସୁବିଧା ଉପରେ ଧ୍ୟାନ ରଖିବେ ଯାହା ଫଳରେ ଟଙ୍କା ଟ୍ରାନ୍ସଫରରେ କୌଣସି ଅସୁବିଧା ହେବନି | ଆରବିଆଇ ର ନିୟମ ଅନୁସାରେ ଏନଇଏଫଟି ଫଣ୍ଡ ଟ୍ରାନ୍ସଫର ବିଭିନ୍ନ ପର୍ଯ୍ୟାୟରେ ହୋଇପାରିବ |

ବର୍ତମାନ ପର୍ଯ୍ୟନ୍ତ ଏନଇଏଫଟିର ଏହି ସୁବିଧା ସକାଳ ୮ରୁ ରାତି ୬.୩୦ ପର୍ଯ୍ୟନ୍ତ ମିଳୁଛି | ଶନିବାର ସକାଳ ୮ ଟାରୁ ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ଏହି ସୁବିଧା ଉଠାଯାଉଥିଲା |

ନିକଟରେ ଆରବିଆଇ ଏନଇଏଫଟି ଓ ଆରଟିଜିଏସ ଉପରେ କୌଣସି ଶୁଳ୍କ ନନେବାପାଇଁ ନିର୍ଦ୍ଦେଶ ଦେଇଥିଲା | ବର୍ତ୍ତମାନ , ଆଇଏମପିଏସ ଉପରେ ବ୍ୟାଙ୍କ ତରଫରୁ ଶୁଳ୍କ ନିଆଯାଉଛି | ଏହି ସୁବିଧା ଜରିଆରେ ଗ୍ରାହକ କୌଣସି ବି ବ୍ୟାଙ୍କର ଖାତାଧାରୀଙ୍କୁ ତୁରନ୍ତ ପଇସା ପଠାଇ ପାରିବେ |

ସେହିପରି, ଏନଇଏଫଟି ଜରିଆରେ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଟ୍ରାନ୍ସଫର କରାଯାଏ | ଆରଟିଜିଏସ ଜରିଆରେ ବହୁତ ବଡ଼ ପରିମାଣ ଟଙ୍କା ଟ୍ରାନ୍ସଫର କରାଯାଏ |

Leave A Reply

Your email address will not be published.