Latest Odisha News

BREAKING NEWS

ଆଇପିଏଲରେ ଇତିହାସ ରଚିଲେ କୋହଲି

ଦୁବାଇ: ଚଳିତ ଆଇପିଏଲରେ ଗୁରୁବାର ପଡିଆରେ ପାଦ ଦେଉ ଦେଉ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଟି୨୦ରେ ନିର୍ଦ୍ଦିଷ୍ଟ ଗୋଟିଏ ଟିମ୍ ପକ୍ଷରୁ ସେ ୨୦୦ ମ୍ୟାଚ ଖେଳିିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ସେ ୨୦୦ତମ ମ୍ୟାଚ କିଙ୍ଗ୍‌ସ ଇଲେଭନ ପଞ୍ଜାବ ବିପକ୍ଷରେ ଖେଳିଛନ୍ତି ।

ପୂର୍ବରୁ ଦିଲ୍ଲୀ ବିପକ୍ଷରେ ୧୯୭ତମ ମ୍ୟାଚ ଖେଳି ଜେମ୍ସ ହିଲଡ୍ରିଥଙ୍କ ରେକର୍ଡ ଭାଙ୍ଗିଥିଲେ । ଜେମ୍ସ ସମରସେଟ ପକ୍ଷରୁ ୧୯୬ ଟି୨୦ମ୍ୟାଚ ଖେଳିଥିଲେ । ଚଳିତ ଆଇପିଏଲରେ ବାଙ୍ଗାଲୋର ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛି ।

Leave A Reply

Your email address will not be published.