Latest Odisha News

BREAKING NEWS

ବଦଳିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ନାମ

ବାଙ୍ଗାଲୋର: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣର କାଂଉଟଡାଉନ ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଫ୍ରାଂଚାଇଜର ଏହାର ନାମ ବଦଳାଇବା ପାଇଁ ନିଷ୍ପତି ନେଇଛନ୍ତି । ଆରସିବି ଏଥର ନୂଆ ନାମ ସହ ପଡିଆକୁ ଓହ୍ଲାଇବ । ଏବେ ଏହାର ନୂତନ ନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁର ରଖାଯାଇଛି । ୨୦୧୪ରେ ବାଙ୍ଗାଲୋର ସହରର ନାମ ବଦଳାଯାଇ ବେଙ୍ଗଲୁର କରାଯାଇଥିଲା । ସେବେଠାରୁ ପ୍ରଶଂସକମାନେ ଫ୍ରାଂଚାଇଜର ଏହାର ନାମ ବଦଳାଇବା ଅନୁରୋଧ କରି ଆସୁଥିଲେ । ଏଥର ପ୍ରଶଂସକଙ୍କ ମନ ରଖି ବାଙ୍ଗାଲୋରକୁ ବେଙ୍ଗଲୁର କରାଯାଇଛି ।

ଆରସିବି ଅଫିସିଆଲ ସାଇଟରେ ଏ ନେଇ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ଏଥିନେଇ ଆୟୋଜିତ ପ୍ରେସ କନଫେରେନ୍ସରେ ବିରାଟ କୋହଲି ଓ ଫାପ ଡୁ ପ୍ଲେସି ମଧ୍ୟ ଉପସ୍ଥିତ ଥିଲେ । ଯେଉଁ ଟିମ ସହିତ ମୁଁ ଜଡିତ ରହିଛି ତାକୁ ଚାମ୍ପିୟନ କରିବା ପାଇଁ ସର୍ବଦା ଉଦ୍ୟମ କରିଛି । ଆଇପିଏଲ ଚାମ୍ପିୟନ ହେବାର ଅନୁଭୂତି ସାଉଁଟିବାକୁ ଚାହୁଁଛି ବୋଲି କୋହଲି କହିଛନ୍ତି ।

Leave A Reply

Your email address will not be published.