Latest Odisha News

BREAKING NEWS

ଅଶ୍ୱଥାମାଙ୍କ ଭୂମିକା କରିବେ ଶାହୀଦ କାପୁର

ମୁମ୍ବାଇ: ଲୋକପ୍ରିୟ କଳାକାର ଶାହୀଦ କାପୁର ରୋଶନ ଆଣ୍ଡ୍ର‌୍ୟୁଏଜଙ୍କ ଫିଲ୍ମ ଦେବା ପରେ ଆଉ ଏକ ପୌରାଣିକ ଫିଲ୍ମ ସାଇନ କରିଛନ୍ତି । ତେରି ବାତୋଁ ମେଁ ଐସା ଉଲଝା ଫିଲ୍ମରେ ଶାହୀଦଙ୍କ ଭୂମିକାଙ୍କୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏବେ ସେ ଅଶ୍ୱଥାମାଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ପୂର୍ବରୁ ଏହି ଭୂମିକା ଭିକ୍କି କୌଶଲ କରିବେ ବୋଲି ସ୍ଥିର ହୋଇଥିଲା । ମାତ୍ର ଏବେ ସେ ଏହି ପ୍ରୋଜେକ୍ଟରୁ ଓହରି ଯାଇଛନ୍ତି । ଭାଶୁ ଭଗନାନୀ, ଜ୍ୟାକି ଭଗନାନୀ ଓ ଦୀପଶିଖା ଦେଶମୁଖ ଫିଲ୍ମର ନିର୍ମାତା ଥିବା ବେଳେ ସଚିନ ରବି ଏହାର ନିର୍ଦ୍ଦେଶନା ଦେବେ । ଏହି ହାଇ ବଜେଟ ଫିଲ୍ମରେ ମହାଭାରତର ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱଥାମାଙ୍କ ଜୀବନୀ ଉପରେ ଆଧାରିତ ହେବ ।

ଅତ୍ୟାଧୂନିକ ଜ୍ଞାନକୌଣଳ ସହକାରେ ନିର୍ମାତା ଏହି ଫିଲ୍ମ ଦର୍ଶକଙ୍କ ସମ୍ମୁଖକୁ ଆଣିବାକୁ ଚାହୁଁଛନ୍ତି । ଏହି ପ୍ୟାନ ଇଣ୍ଡିଆ ଫିଲ୍ମ ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ, ମାଲାୟଲାମ ଓ କନ୍ନଡ ଭାଷାରେ ରିଲିଜ ହେବ । ଚକୋଲେଟ ବୟ ଇମେଜ ଛାଡି ଶାହୀଦ ଗୋଟିଏ ପରେ ଗୋଟିଏ ଭଲ ଫିଲ୍ମରେ ଅଭିନୟ କରି ନିଜ ଦକ୍ଷତା ପ୍ରତିପାଦିତ କରି ପାରିଛନ୍ତି । କମିନେ, ଉଡତା ପଞ୍ଜାବ, କବୀର ସିଂ ଓ ପଦ୍ମାବତ ଏହାର ଜ୍ୱଳନ୍ତ ଉଦାହରଣ ।

Leave A Reply

Your email address will not be published.