Latest Odisha News

ପନ୍ତ ହେବେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ସଂସ୍କରଣରେ ରିଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ୱ ତୁଲାଇବେ । ମଙ୍ଗଳବାର ଫ୍ରାଂଚାଇଜ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରାଯାଇଛି । ୧୪ ମାସ କ୍ରିକେଟଠାରୁ ଦୂରେଇ ରହିବା ପରେ ପନ୍ତ ଫିଟ ହୋଇ ପଡିଆକୁ ଫେରିଛନ୍ତି । ସେ ଏବେ ଭାଇଜାଗରେ ଟିମ କ୍ୟାମ୍ପରେ ସାଥୀ ଖେଳାଳିଙ୍କ ସହ ଅଭ୍ୟାସ କରୁଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଚେୟାରମ୍ୟାନ ତଥା ଫ୍ରାଂଚାଇଜର ପାର୍ଥ ଜିନ୍ଦଲ କହିଛନ୍ତି ଯେ, ଆମେ ରିଷଭ ପନ୍ତଙ୍କୁ ସ୍ୱାଗତ କରୁଛୁ । ସେ ଆମ ଟିମର ଅଧିନାୟକ । ତାଙ୍କ ଉପସ୍ଥିତି ଦଳକୁ ନିଶ୍ଚିତ ଭାବେ ଫାଇଦାରେ ରଖିବ ବୋଲି ସେ କହିଛନ୍ତି । ଗତ ବର୍ଷ ଡିସେମ୍ବରରେ ପନ୍ତ କାର ଯୋଗେ ଘରକୁ ଫେରୁଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଡାକ୍ତରଙ୍କ ଦ୍ୱାରା ବିପଦମୁକ୍ତ ଘୋଷଣା ହେବା ପରେ ସେ ଏନସିଏରେ ନିଜକୁ ଫିଟ କରିଥିଲେ । ଏଥିନେଇ ସେ ଫିଜିଓଙ୍କ ସହ କଠିନ ପରିଶ୍ରମ ମଧ୍ୟ କରିଥିଲେ । ମାର୍ଚ୍ଚ ୨୩ରେ ପଞ୍ଜାବ କିଙ୍ଗସ ବିପକ୍ଷରେ ଦିଲ୍ଲୀ ତାର ଅଭିଯାନ ଆରମ୍ଭ କରିବ ।

Leave A Reply

Your email address will not be published.