Latest Odisha News

BREAKING NEWS

ବିକ୍ରି ହୋଇପାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଟିମ

ବେଙ୍ଗାଲୁର: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଚାମ୍ପିୟନ ହୋଇଛି । ବ୍ଲୁମର୍ଗ ରିପୋର୍ଟ ଅନୁସାରେ ଆରସିବିକୁ ବିକିବା ପାଇଁ ଏହାର ମାଲିକ ୟୁନାଇଟେଡ ସ୍ପିରିଟ ଲିମିଟେଡ ଯୋଜନା କରୁଛି । ପୂର୍ବରୁ ୟୁଏସଏଲ ବିଜୟ ମାଲ୍ୟାଙ୍କ କମ୍ପାନୀ ଥିଲା । ୟୁଏସଏଲ ଆରସିବିକୁ ୧୭ ହଜାର କୋଟି ଟଙ୍କାରେ ବିକ୍ରି କରିବା ପାଇଁ ସ୍ଥିର କରିଛି । ଅବଶ୍ୟ ବିଧିବଦ୍ଧ ଭାବେ ଏ ନେଇ କୌଣସି ଖବର ପ୍ରକାଶ ପାଇନି । କମ୍ପାନୀ ଏବେ ଏହାକୁ ବିକ୍ରି କରି କେବଳ ମଦ ବ୍ୟବସାୟ ଉପରେ ଧ୍ୟାନ ଦେବା ପାଇଁ ଚାହୁଁଛି । ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟା ମନ୍ତ୍ରଣାଳୟ ଆଇପିଏଲ ପରି ବଡ ଟୁର୍ଣ୍ଣାମେଂଟରେ ମଦ ଓ ତମ୍ବାକୁ ବିଜ୍ଞାପନ ଉପରେ କଟକଣା ଲଗାଇବା ପାଇଁ ନିଷ୍ପତି ନେଇଛି । ଏଥିପାଇଁ ୟୁଏସଏଲ ଏହାକୁ ବିକ୍ରି କରିବା ପାଇଁଚାହୁଁଛି ।

ଆରସିବି ଚାମ୍ପିୟନ ହେବା ପରେ ଏହା ଭାଲ୍ୟୁଶେନ ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ଗୁଜରାଟ ଟାଇଟାନ୍ସଠାରୁ ଅଧିକ ରହିବ ବୋଲି ଅନୁମାନ କରାଯାଉଛି । ୨୦୧୬ରେ ମାଲ୍ୟା ଯେତେବେଳେ ଅଡୁଆରେ ପଡିc ଯାଇଥିଲେ ସେ ଡିୟୋଜିଓକୁ ତାଙ୍କର ମଦ କମ୍ପାନୀ ଓ ଆଇପିଏଲ ଟିମ ବିକ୍ରି କରି ଦେଇଥିଲେ । ଆଇପିଏଲ ଟିମର ମାଲିକାନା ବଦଳିଲେ ଏହା କୌଣସି ପ୍ରକାରର ଅସୁବିଧା ପ୍ରଶଂସକମାନଙ୍କ ପାଇଁ ସୃଷ୍ଟି କରିବ ନାହିଁ । ପ୍ରଶଂସକମାନେ ପୂର୍ବଭଳି ବିରାଟ କୋହଲି ଓ ଆରସିବି ପ୍ରଶଂସକମାନେ ଏହାର ମଜା ଉଠାଇ ପାରିବେ । କେତେକ କମ୍ପାନୀ ଆରସିବିକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି ।

Comments are closed.