Latest Odisha News

WPL Auction 2023: ମହିଳା ପ୍ରିମିୟର ଲିଗ୍‌ ନିଲାମୀ ଜାରି; ସବୁଠୁ ଦାମୀ ଖେଳାଳି ସ୍ମୃତି ମନ୍ଧାନା

ମୁମ୍ବାଇ: ମହିଳା ପ୍ରିମିୟର ଲିଗ(WPL) ପାଇଁ ସୋମବାର ଖେଳାଳି ନିଲାମୀ ଆରମ୍ଭ ହୋଇଛି। ଏଥିରେ ୪୦୦ରୁ ଅଧିକ ଖେଳାଳି ଭାଗ ନେଇଛନ୍ତି। ତେବେ ଭାରତ ସମେତ ବିଭିନ୍ନ ବିଦେଶର ପ୍ରାୟ ୯୦ ଖେଳାଳିଙ୍କୁ ନେଇ ପ୍ରଥମ ପର୍ଯ୍ୟାୟ ନିଲାମୀ ଚାଲିଛି ନିଲାମ ପ୍ରକ୍ରିୟା ଚାଲିଛି।

ଅକ୍ସନ୍‌ରେ ଭାଗ ନେଇଥିବା ଖେଳାଳିମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଧା ଭାରତୀୟ କ୍ରିକେଟ୍ ଷ୍ଟାର୍ ସ୍ମୃତି ମନ୍ଧାନାଙ୍କୁ ଅଧିକ ଦାମ୍‌ରେ କିଣାଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବା ଆରିସିବି ତାଙ୍କୁ ୩.୪ କୋଟି ଟଙ୍କାରେ କିଣିଛି। ତାଙ୍କ ପଛକୁ ରହିଛନ୍ତି ଅଷ୍ଟ୍ରେଲିୟା ଖେଳାଳୀ ଏଶ୍ଲେ ଗାର୍ଡନର। ଗୁଜରାଟ ଟାଇଟନ୍ସ ଏସ୍ଲେଙ୍କୁ ୩.୨ କୋଟି ଟଙ୍କାରେ କିଣିଛି।

ସେହିପରି ଇଂଲଣ୍ଡର ନେଟ୍ ସାଇବର ବ୍ରଣ୍ଟଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୩.୨ କୋଟି ଟଙ୍କାରେ କିଣିଥିବାବେଳେ ଭାରତୀୟ କ୍ରିକେଟର ଦୀପ୍ତି ଶର୍ମାଙ୍କୁ ୟୁପି ଓ୍ଵାରିୟର୍ସ ୨.୬୦ କୋଟିରେ କିଣିଛି। ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ହରମନପ୍ରୀତ କୌର ୧.୮ କୋଟିଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ କିଣି ନେଇଛି। ଅନ୍ୟପଟେ ଭାରତର ଦ୍ରୁତ ବୋଲର ରେଣୁକା ସିଂହ ଆର୍‌ସିବି ୧.୫ କୋଟି ଟଙ୍କାରେ କିଣିଛି।

ସୂଚନା ଥାଉକି, ପ୍ରଥମ ସଂସ୍କରଣରେ ମୋଟ ୫ଟି ଦଳ ଭାଗ ନେଇଛନ୍ତି। ଏହି ୫ ଟିମର ମାଲିକାନାକୁ ବିସିସିଆଇ ରେକର୍ଡ ୪,୬୭୦ କୋଟି ଟଙ୍କାରେ ବିକ୍ରି କରିଥିଲା। ଏବେ ଏହି ୫ ଦଳ ବିଭିନ୍ନ ଷ୍ଟାର ଖେଳାଳିଙ୍କୁ ନିଜ ସହ ସାମିଲ କରିଛନ୍ତି।

ଏ ପର୍ଯ୍ୟନ୍ତ କିଏ କେତେ ଟଙ୍କାରେ ବିକ୍ରି ହେଲେ

ସ୍ମୃତି ମନ୍ଧାନା(ଭାରତ)- ୩.୪ କୋଟି, ଆରସିବି
ଏଶ୍ଲେ ଗାର୍ଡନର(ଅଷ୍ଟ୍ରେଲିଆ)- ୩.୩ କୋଟି, ଜିଜି
ନେଟ୍ ସାଇବର ବ୍ରଣ୍ଟ(ଇଂଲଣ୍ଡ)- ୩.୨ କୋଟି, ଏମଆଇ
ଦୀପ୍ତି ଶର୍ମା(ଭାରତ)- ୨.୬୦ କୋଟି, ୟୁପିଡବ୍ଲ୍ୟୁ
ଜେମିମା ରୋଡ୍ରିଗ୍ସ(ଭାରତ)- ୨.୨ କୋଟି, ଡିସି
ଶେଫାଳି ବର୍ମା(ଭାରତ)- ୨ କୋଟି, ଡିସି
ବେଥ ମୁନି(ଅଷ୍ଟ୍ରେଲିଆ)- ୨.୦ କୋଟି, ଜିଜି
ହରମନପ୍ରୀତ କୌର(ଭାରତ)- ୧.୮ କୋଟି, ଏମଆଇ
ସୋଫି ଆକ୍ଲେଷ୍ଟୋନ(ଇଂଲଣ୍ଡ)- ୧.୮ କୋଟି, ୟୁପିଡବ୍ଲ୍ୟୁ
ରେଣୁକା ସିହଂ(ଭାରତ)- ୧.୫ ଆର୍‌ସିବି

Leave A Reply

Your email address will not be published.