Latest Odisha News

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପ୍ରେରଣା ଦାୟକ ବକ୍ତୃତା ମାଳା ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପାଠକପାଠିକା ମାନଙ୍କ ସକାଶେ ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପରୀକ୍ଷାରେ କେମିତି ଓ କିପରି କୃତକାର୍ଯ୍ୟ ହୋଇପାରିବେ ତାହା ଉପରେ ଏକ ବକ୍ତୃତା ସଭା ଆୟୋଜିତ ହୋଇଯାଇଛି । ନିର୍ଦ୍ଦେଶକ ଦିଲୀପ ରାଉତରାଏ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ପାଠକ-ପାଠିକାମାନେ କିପରି ନିଜ ଜୀବନରେ ଉନ୍ନତି କରିବେ,ସେ ବିଷୟରେ ଉଦବୋଧନ ଦେଇଥିଲେ। ତାଙ୍କ ସହ ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ସାହୁ ମୁଖ୍ୟବକ୍ତା, ରଞ୍ଜନ କୁମାର ମଲ୍ଲ ଅନ୍ୟତମ ଅତିଥି ଏବଂ ସୁଜିତ କୁମାର ମହାପାତ୍ର ଯୋଗଦେଇଥିଲେ ।

ଅତସୀ ଦାସ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.