Latest Odisha News

BREAKING NEWS

ସ୍କାନର ମାଧ୍ୟମରେ ଭଉଣୀ ପଠେଇବ ଭାଇକୁ ମେସେଜ, ବଜାରରେ ମିଳୁଛି ମାତ୍ର ୧୦୦ ଟଙ୍କାରେ AI ରାକ୍ଷୀ

କଟକ: ଭାଇ ଭଉଣୀ ମଧ୍ୟରେ ରହିଥିବା ସଂପର୍କ ତଥା ପ୍ରେମର ଡ଼ୋରୀକୁ ବାନ୍ଧିବାର ପରମ୍ପରାକୁ ରାକ୍ଷୀ କୁହାଯାଇଥାଏ । ପୁରାତନ କାଳରୁ ହିଁ ଭାରତୀୟ ସଂସ୍କୃତିରେ ଏହାକୁ ପାଳନ କରାଯାଉଛି । ଏହାର ଅନେକ ପୁରାଣ ଓ ଇତିହାସ ରହିଛି । ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ମୁଖ୍ୟତଃ ଏକ ହିନ୍ଦୁ ପର୍ବ ଯାହା ବିଶେଷ ଭାବେ ଭାରତବାସୀଙ୍କ ଦ୍ଵାରା ପାଳନ କରାଯାଏ ।  ଭାଇ ଓ ଭଉଣୀଙ୍କ ମଧ୍ୟରେ ସମ୍ପକୁକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ । ବଦଳରେ ଭାଇ ତାର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ଆଉ କେଇଟା ଦିନ ପରେ ପଡ଼ିବ ରାକ୍ଷୀ ପୂର୍ଣ୍ଣିମା । ଏଥିପାଇଁ ଚଲଚଞ୍ଚଳ ହୋଇଉଠିଛି ରାକ୍ଷୀଦୋକାନ । ବଜାରରେ ମିଳିଲାଣି ଭଳି କି ଭଳି ଡିଜାଇନ୍ ର ରାକ୍ଷୀ।

ଆଜି ସମାଜ ଆଧୁନିକ ଯୁଗରେ ପାଦ ଥାପିଛି ସତ କିନ୍ତୁ ଭୁଲି ନାହିଁ ନିଜ ପରମ୍ପରା । ଆଡଭାନ୍ସ ଟେକ୍ନୋଲୋଜି ସହ ପରମ୍ପରା ଓ ସଂସ୍କୃତିକୁ ସାଥିରେ ନେଇ ଆଗେଇ ଚାଲିଛି ଆମ ସମାଜ । ତେବେ ମାର୍କେଟ ସବୁ ଥର କିଛି ଭିନ୍ନ ଭେରାଇଟର ରାକ୍ଷୀ ଦେଖିବାକୁ ମିଳେ । ଏଥର ନୂଆ କରି ଦେଖିବାକୁ ମିଳିଛି AI ରାକ୍ଷୀ । କଟକ ଚାଉଳିଆଗଞ୍ଜ ଅଞ୍ଚଳର ଈଶ୍ୱର ସାହୁ ପୂର୍ବରୁ କୋଭିଡ ରାକ୍ଷୀ, ଏଗ୍ରିମେଣ୍ଟ ରାକ୍ଷୀ, ଅକ୍ସିଜେନ ରାକ୍ଷୀ ପରି ଅନେକ ରାକ୍ଷୀ ପ୍ରସ୍ତୁତ କରି ଚର୍ଚ୍ଚାରେ ରହି ଆସୁଥିବା ବେଳେ ଚଳିତ ଥର ପ୍ରଥମ କରି ସେ AI ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ତାଙ୍କୁ ଏଥର ଭଲ ଅର୍ଡର ମଧ୍ୟ ମିଳିଛି । ଏହାର ପ୍ରାରମ୍ଭିକ ଦାମ ୧୦୦ଟଙ୍କା ରଖାଯାଇଛି । ଜଣେ ଭଉଣୀ ଚାହିଁଲେ ନିଜ ଫଟୋ ମାଧ୍ୟମରେ ଭାଇଙ୍କ ଉଦ୍ଦେଶ୍ୟରେ ଗୀତ ଏବଂ ରାକ୍ଷୀ ପୂର୍ଣ୍ଣମୀର ମେସେଜ୍ ଦେଇପାରିବେ। ଏଥିରେ ଲାଗିଥିବା କ୍ୟୁ ଆର୍ କୋଡ଼୍ ମାଧ୍ୟମରେ ସେ ଏହାକୁ ଭାଇଙ୍କ ପାଖକୁ ପଠେଇ ପାରିବେ । ଆଗକୁ ରାକ୍ଷୀ ପୂର୍ଣ୍ଣମୀ ଥିବାରୁ ଏଥର ମଧ୍ୟ AI ରାକ୍ଷୀକୁ ନେଇ ଭଲ ଦୁଇ ପଇସା ବ୍ୟବସାୟ କରିବେ ବୋଲି ଆଶା ରଖିଛନ୍ତି ଈଶ୍ୱର ।

Leave A Reply

Your email address will not be published.