Latest Odisha News

ଭାରତର କିଛି ଅଂଚଳ ଥିବା ନୂତନ ମ୍ୟାପ ନେପାଳ ସଂସଦରେ ପାରିତ

କାଠମାଣ୍ଡୁ: ଭାରତ-ନେପାଳ ବିବାଦ ଆଗକୁ ବଢ଼ିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଶନିବାର ନେପାଳ ସଂସଦରେ ଭାରତର କିଛି ଅଂଚଳ ଥିବା ନୂତନ ମ୍ୟାପକୁ ପାରିତ କରାଯାଇଛି । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ପାସ୍ କରାଯାଇଛି । ୨୭୫ରୁ ୨୫୮ ଭୋଟ ବିଲ ସପକ୍ଷରେ ପଡିଥିଲା । ବିଲ ବିପକ୍ଷରେ ଗୋଟିଏ ହେଲେ ଭୋଟ ପଡି ନ ଥିଲା । ଭାରତ ଲିପୁଲେଖ, ଲିମପିୟାଧୁରା ଓ କଲାପାନୀକୁ ନିଜର ବୋଲି କହୁଥିବା ବେଳେ ନେପାଳ ମଧ୍ୟ ଏହାର ଦାବୀଦାର ଭାବେ ଉପସ୍ଥାପନ କରିଛି । ଗତ ମାସରେ ନେପାଳ ସରକାର ଏହି ବିଲ୍ ଉପସ୍ଥାପନ କରିଥିଲେ ।ବିବାଦର କାରଣ : ୧୮୧୬ରେ ନେପାଳ ଓ ବ୍ରିିଟିଶ ଇଷ୍ଟ ଇଣ୍ଡିଆ ମଧ୍ୟରେ ଆଙ୍ଗଲୋ-ନେପାଳ ଯୁଦ୍ଧ ହୋଇଥିଲା । ଏହା ପରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । କାଳୀ ନଦୀକୁ ଭାରତର ଏବଂ ଏହାର ପଶ୍ଚିମ ସୀମାକୁ ନେପାଳର ବୋଲି ଦର୍ଶାଯାଇଥିଲା । ଏହି ଆଧାରରେ ନେପାଳ ଉପରୋକ୍ତ ସ୍ଥାନଗୁଡିକ ନିଜର ବୋଲି ଦାବୀ କରୁଛି । ତେବେ ଉଭୟ ଦେଶ ଏ ନେଇ ନିଜ ପାଖରେ ଥିବା ନକ୍ସା ଦେଖାଉଛନ୍ତି । ଯେଉଁଥିରେ ସ୍ପଷ୍ଟ କିଛି ପ୍ରମାଣିତ ହେଉ ନାହିଁ ।

Leave A Reply

Your email address will not be published.