Latest Odisha News

BREAKING NEWS

ମାଣ୍ଡିଆ ଆଇସକ୍ରିମ

ଆମ ରନ୍ଧାବଢ଼ାରୁ….

ଖରାଦିନର ମଜା ଆଇସକ୍ରିମ ଖାଇବାରେ ଥାଏ। ସେଇ ଆଇସକ୍ରିମ ଯଦି ଫାଇବର୍ ଯୁକ୍ତ ହେଲା ତେବେ ଆଜିକାଲିର ସ୍ୱାସ୍ଥ୍ୟ ସଚେତନ ଲୋକଙ୍କ ପାଇଁ ତାଠାରୁ ଭଲ ଆଉ କିଛି ହୋଇନପାରେ । ଆଜି ଆମେ ପ୍ରସ୍ତୁତ କରିବା ମାଣ୍ଡିଆ ଆଇସକ୍ରିମ।

ଆବଶ୍ୟକୀୟ ଉପକରଣ : ମାଣ୍ଡିଆ ଗୁଣ୍ଡ, ଗୁଣ୍ଡ ଚକଲେଟ୍ , ଗୁଣ୍ଡ ଚିନି, କ୍ରିମ, ଚକୋଲେଟ୍ ଚିପସ, କ୍ଷୀର,

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ମାଣ୍ଡିଆ ଗୁଣ୍ଡକୁ କ୍ଷୀରରେ ମିଶେଇ ଦିଅନ୍ତୁ। କଡ଼େଇକୁ ଅଳ୍ପ ଆଞ୍ଚରେ ବସେଇ ଦିଅନ୍ତୁ । ଫୁଟି ଆସିଲେ ଅଳ୍ପ ଚିନି ଗୁଣ୍ଡ ପକେଇ ଜାଉ ପ୍ରସ୍ତୁତ କରନ୍ତୁ । ଜାଉ ଥଣ୍ଡା ହେଲା ପରେ ସେଥିରେ ଫ୍ରେଶ କ୍ରିମ ଓ ଚକଲେଟ୍ ପାଉଡର ମିଶେଇ ଦିଅନ୍ତୁ। ତା’ପରେ ଚକଲେଟ୍ ଚିପସ ମିଶେଇ ଆଇସକ୍ରିମ ଛାଞ୍ଚକୁ ଢାଳି ସାତରୁ ଆଠ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରରେ ରଖି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମାଣ୍ଡିଆ ଆଇସକ୍ରିମ। ଖାଇବା ପାଇଁ ଏହା ଯେତିକି ସ୍ଵାଦିଷ୍ଟ ମାଣ୍ଡିଆର ପୋଷକ ତତ୍ତ୍ଵ ସହ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭଦାୟକ।

Leave A Reply

Your email address will not be published.