କଲମ୍ବୋ: ଭାରତ-ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ସିରିଜରେ କରୋନା ସଙ୍କଟ ଦେଖା ଦେଇଛି । ଶ୍ରୀଲଙ୍କାର ବ୍ୟାଟିଂ କୋଚ ଏବଂ ଡାଟା ଆନାଲିଷ୍ଟ କରୋନା ପଜିଟିଭ ହେବା ପରେ ଏବେ ସିରିଜକୁ ୧୩ ବଦଳରେ ୧୭ ଜୁଲାଇରେ କରିବା ପାଇଁ ଯୋଜନା ଚାଲିଛି । ଏହି ସିରିଜରେ ଟିମ୍ ଇଣ୍ଡିଆ କେତେଗୁଡିଏ ଉପଲବ୍ଧି ହାସଲ କରିବା ଲକ୍ଷ୍ୟରେ ରହିଛି ।
ଗବର ହେବେ ବୟସ୍କ ଭାରତୀୟ ଅଧିନାୟକ: ଗବର ଭାବେ ପରିଚିତ ଶିଖର ଧାୱନ ପ୍ରଥମ ଦିନିକିଆରେ ପଡିଆରେ ପାଦ ଦେବା ମାତ୍ରେ ଭାରତର ସବୁଠାରୁ ବୟସ୍କ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ । ଧାୱନଙ୍କୁ ଏବେ ୩୫ ବର୍ଷ ୨୨୦ ଦିନ । ସେ ଭାରତ ୨୫ତମ ଅଧିନାୟକ ହେବେ । ଆନ୍ତର୍ଜାତୀୟସ୍ତରରେ ୱେଷ୍ଟଇଣ୍ଡିଜର ଫ୍ଲାୟଡ ରିଫର (୩୭ ବର୍ଷ) ଓ ପାକିସ୍ତାନର ମହମ୍ମଦ ହାଫିଜ (୩୬) ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି ।
କମାଲ କରିବେ ପାଣ୍ଡ୍ୟା ଏବଂ ଚହର ବ୍ରଦର୍ସ: ସେହିପରି ପାଣ୍ଡ୍ୟା(ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଳ ପାଣ୍ଡ୍ୟା) ଏବଂ ଚହର(ରାହୁଲ ଏବଂ ଦୀପକ) ବ୍ରଦର୍ସ ଏହି ମ୍ୟାଚରେ ଖେଳିଲେ ୮୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିବ । ୧୯୩୪ରେ ଚେପକ ଷ୍ଟାଡିୟମରେ ସିକେ ନାଇଡୁ, ସିଏମ ନାଇଡୁ ଏବଂ ନାଜିର ଅଲୀ ଓ ମୁସ୍ତାକ ଅଲୀ ଭାରତ ପକ୍ଷରୁ ଖେଳି ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଥିଲେ ।
ଦ୍ରୁତ ୧୦୦୦ ରନ ସଂଗ୍ରହରେ ଆମଲାଙ୍କୁ ପଛରେ ପକାଇବେ ଧାୱନ: ଏହି ସିରିଜ ମାଧ୍ୟମରେ ଧାୱନ ଶ୍ରୀଲଙ୍କା ବିପକ୍ଷରେ ଦ୍ରୁତ ୧୦୦୦ ରନ ସଂଗ୍ରହ କରିବାରେ ଦକ୍ଷିଣ ଆଫ୍ରିକାରେ ହାସିମ ଆମଲାଙ୍କୁ ପଛରେ ପକାଇ ପାରନ୍ତି । ଆମଲା ୧୮ ଇନିଂସରେ ୧୦୦୦ ରନ ପୂର୍ଣ୍ଣ କରିଥିବା ବେଳେ ଧାୱନ ୧୬ ଇନିଂସରେ ୯୮୩ ରନ କରିଛନ୍ତି ।
ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ବିଜୟ ହାସଲର ସୁଯୋଗ: ଭାରତ ଏହି ସିରିଜକୁ ୩-୦, ୨-୦ କିମ୍ବା ୨-୧ରେ ଜିତିଲେ ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ମ୍ୟାଚ ଜିତିବାର ରେକର୍ଡ କରିବ ।
BREAKING NEWS
- ପିଶାଚ ପଡୋଶୀ, ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା
- ‘ରୋମିଓ-ଜୁଲିଏଟ୍ କ୍ଲଜ୍’ କଣ; ଯାହା ଉପରେ ବିଚାର କରିବାକୁ କେନ୍ଦ୍ରକୁ ସୁପ୍ରିକୋର୍ଟଙ୍କ ପରାମର୍ଶ
- ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକ, ସୌରାଷ୍ଟ୍ର ସେମି ଫାଇନାଲରେ
- ଖୋର୍ଦ୍ଧା ପରେ ଢେଙ୍କାନାଳ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ
- ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ
- ବିସିବିର ଆଉ ଏକ ମିଛ ଧରିଲା ଆଇସିସି
- ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…
- Jagdeep Dhankhar Hospitalised At AIIMS: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏମ୍ସରେ ଭର୍ତ୍ତି; ଗତ ସପ୍ତାହରେ ଦୁଇଥର ଅଚେତ…
- ବସ୍ ସହ ସ୍କୁଟିର ହେଲା ଧକ୍କା ,ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
- ରହିବନି କୋଟା ଓ ଆରଏସି; ବନ୍ଦେ ଭାରତ ସ୍ଲିପର ଟ୍ରେନରେ ମିଳିବ ଏହି ସୁବିଧା…
Comments are closed.