Latest Odisha News

ରାଜଧାନୀରେ ଦୁର୍ଘଟଣା ଘଟାଇଲା ମୋ’ ବସ୍‌; ୩ ଗାଡ଼ି କ୍ଷତିଗ୍ରସ୍ତ, ୪ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସିରିଜ୍‌ ଦୁର୍ଘଟଣା । ରାଜମହଲ-ମାଷ୍ଟରକ୍ୟାଣ୍ଟିନ ଛକ ମଝିରେ ରାସ୍ତାରେ ପଛକୁ ପଛ ପିଟି ହେଲା ମୋ ବସ୍‌ । ଏହି ମୋ ବସ୍‌ ଧକ୍କାରେ ୩ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଆଜି ପୂର୍ବାହ୍ନରେ ଇଭି ମୋ ବସ୍ ଟି ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଯାଉଥିଲା । ତା’ପଛରେ ଅନ୍ୟ ଗାଡ଼ିଗୁଡ଼ିକ ମଧ୍ୟ ଥିଲା । ଟ୍ରାଫିକ ପୋଷ୍ଟ ନିକଟରେ ଇଭି ମୋ ବସ୍‌ଟି ହଠାତ୍ ବ୍ରେକ ମାରିଥିଲା । ଫଳରେ ତା’ପଛରେ ଥିବା ଅନ୍ୟ ମୋ ବସ୍‌ଟି ଇଭି ମୋ ବସ୍‌କୁ ଧକ୍କା ଦେଇଥିଲା । ପରେ ମୋ ବସରେ ପଛରେ ଥିବା ୨ଟି କାରକୁ ଧକ୍କା ଦେଇଥିଲା । ଏହିପରି ଭାବେ ମୋ ବସ୍‌ ଧକ୍କାରେ ୩ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ମୋ’ ବସ୍‌ ଦୁଇଟିକୁ ଡିପୋକୁ ନେଇଛି । ଘଟଣାର ତଦନ୍ତ କରୁଛି ।

Comments are closed.