ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟର ୫୮ଟି ସରକାରୀ ଡିଗ୍ରୀ କଲେଜରେ ନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପାଇଁ ରିଫ୍ରେସର୍ କୋର୍ସ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ବିଧିବଦ୍ଧ ଭାବେ ଶେଷ ହୋଇଛି। ରିଫ୍ରେସର୍ କୋର୍ସରେ ସାମିଲ ହେବା ପାଇଁ ଅନଲାଇନ୍ ପଂଜିକରଣ ସେପ୍ଟେମ୍ବର ୧’ ତାରିଖ ଦିନ ୧୧ଟାରୁ ଆରମ୍ଭ ହେବାକୁ ଥିବାବେଳେ ଅନ୍ତିମ ଦିନ ଭାବେ ୧୫ ତାରିଖ ଧାର୍ଯ୍ୟ କରାଯାଇଛି।
ଇଚ୍ଛୁକ ଅଧ୍ୟାପକ ଓ ଅଧ୍ୟାପିକାମାନେ ରିଫ୍ରେସର୍ କୋର୍ସରେ ସାମିଲ ହେବା ପାଇଁ ସେମାନଙ୍କ ତାଲିକା କଲେଜ କର୍ତ୍ତୃପକ୍ଷଙ୍କ ଜରିଆରେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ରିଫ୍ରେସର କୋର୍ସ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଜଣାଇଦିଆଯାଇଛି।
Comments are closed.