Latest Odisha News

ସୁନ୍ଦରଗଡ଼ କୁତ୍ରାରେ ଜନଶୁଣାଣିକୁ ବିରୋଧ, ପୋଲିସ ବିକ୍ଷୋଭକାରୀ ମୁହାଁମୁହିଁ

ସୁନ୍ଦରଗଡ : ସୁନ୍ଦରଗଡ଼ କୁତ୍ରାରେ ଜେ ଏସ ଡବ୍ଲୁର ଶିବା ସିମେଣ୍ଟ କାରଖାନା ସମ୍ପସାରଣ ଜନଶୁଣାଣିକୁ ବିରୋଧ । ଆଜି ତେଲିଘନା ଓ କନ୍ଦେଇମୁଣ୍ଡା ଗ୍ରାମବାସୀଙ୍କୁ ନେଇ ପ୍ରଶାସନ ପକ୍ଷରୁ ହୋଇଥିବା ଜନଶୁଣାଣିକୁ ବିରୋଧ କରାଯାଇଛି । ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଓ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତରେ ହୋଇଥିବା ଜନଶୁଣାଣିରେ ଏଭଳି ପରିସ୍ଥିତି ଉପୁଜିଛି ।

BjdElectrycity

ଜନଶୁଣାଣିରେ ଗ୍ରାମବାସୀ ନିଜ ନିଜ ମତ ବ୍ୟକ୍ତ କରିଥିଲେ । ମରିଯିବୁ ପଛେ କମ୍ପାନୀକୁ ଜମି ହସ୍ତାନ୍ତର କରିବୁ ନାହିଁ ଅଧିକାଂଶ ଲୋକ କହିବା ସହ ବିରୋଧ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ଲୋକଙ୍କ ପାଇଁ ପାଣି, ଶିକ୍ଷା, ସ୍ବାସ୍ଥ୍ୟ, ଆଲୋକ ଏବଂ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳୁ ନ ଥିବା ବେଳେ କମ୍ପାନୀ ଜୋର ଜବରଦସ୍ତ ପ୍ରଶାସନକୁ ହାତ ବାରିସି କରି ଜମି ଅକ୍ତିଆର କରିବାକୁ ଚେଷ୍ଟା ଚଳାଇଛି ବୋଲି ଅଭିଯୋଗ ହୋଇଛି । ଏହାକୁ ନେଇ ଆଜି ଜନଶୁଣାଣି ବେଳେ ମୁହାଁମୁହିଁ ହୋଇଥିଲେ ବିରୋଧୀ ଓ ପୋଲିସ । ଶେଷରେ ପାରିପାର୍ଶ୍ବିକ ବିକାଶ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ସହ ପ୍ରଦୂଷଣ ଉପରେ ଗୁରୁତ୍ବ ଦେବାକୁ ଅତିରିକ୍ତ ଜିଲ୍ଲାପାଳ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.