Latest Odisha News

BREAKING NEWS

ଜାମ୍‌ନଗରରେ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରିବ ରିଲାଏନ୍ସ ଫାଉଣ୍ଡେସନ୍‌

ମୁମ୍ବାଇ : ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗୁଜରାଟର ଜାମନଗରରେ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ରହିଥିବା ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରାଯାଉଛି । ନାଗରିକମାନଙ୍କୁ ସମସ୍ତ ଚିକିତ୍ସା ସେବା ବିନାମୂଲ୍ୟରେ ଯୋଗାଇ ଦିଆଯିବ । ଏହି କୋଭିଡ୍ ଚିକିତ୍ସାଳୟ ସ୍ଥାପନ ସହ ଏହାର ପରିଚାଳନା ବାବଦ ସମସ୍ତ ଖର୍ଚ୍ଚ ରିଲାଏନ୍ସ ବହନ କରିବ । ସପ୍ତାହକ ମଧ୍ୟରେ ଜାମନଗରରେ ଥିବା ସରକାରୀ ଦନ୍ତ ଚିକିତ୍ସା ମହାବିଦ୍ୟାଳୟ ଓ ହସପିଟାଲ ପରିସରରେ ୪୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ ଏବଂ କାର୍ଯ୍ୟକ୍ଷମ ହେବ । ଏହାର ପରବର୍ତ୍ତି ଦୁଇ ସପ୍ତାହ ମଧ୍ୟରେ ଜାମନଗରର ଅନ୍ୟ ଏକ ସ୍ଥାନରେ ଆଉ ୬୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ ଏବଂ କାର୍ଯ୍ୟକ୍ଷମ ହେବ ।

ଏଥିପାଇଁ ଆବଶ୍ୟକ ମାନବସମ୍ବଳ, ଚିକିତ୍ସାଗତ ସହାୟତା, ଉପକରଣ, ଏବଂ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ରିଲାଏନ୍ସ ଯୋଗାଇଦେବ । ଏହି ହସ୍‌ପିଟାଲରେ ଡାକ୍ତର ଏବଂ ନର୍ସିଂ କର୍ମଚାରୀ ନିୟୋଜିତ ହେବା ଦିଗରେ ରାଜ୍ୟ ସରକାର ସମନ୍ବୟ ରକ୍ଷାକରି କାର୍ଯ୍ୟ କରିବେ । ଏହି ହସ୍‌ପିଟାଲ ଜାମନଗର, ଖମ୍ଭାଲିଆ, ଦ୍ୱାରକା, ପୋରବନ୍ଦର ଏବଂ ସୌରାଷ୍ଟ୍ରର ଅନ୍ୟାନ୍ୟ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ ।

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ନିତା ଅମ୍ବାନି କହିଛନ୍ତି ଯେ, ଭାରତ କୋଭିଡର ଦ୍ୱିତୀୟ ଲହର ବିରୁଦ୍ଧରେ ଲଢେଇ କରୁଥିବା ବେଳେ ଆମେ ଯଥାସମ୍ଭବ ପ୍ରତ୍ୟେକ ଉପାୟରେ ସହାୟତା କରିବାକୁ ପ୍ରତିବଦ୍ଧ । ଅଧିକ ସ୍ୱାସ୍ଥ୍ୟସେବା ସୁବିଧା ସାମ୍ପ୍ରତିକ ସମୟରେ ଅନ୍ୟତମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇଛି । ରିଲାଏନ୍ସ ଫାଉଣ୍ଡେସନ କୋଭିଡ ଆକ୍ରାନ୍ତ ରୋଗୀଙ୍କ ପାଇଁ ଗୁଜରାଟର ଜାମନଗରଠାରେ ଅମ୍ଳଜାନ ବ୍ୟବସ୍ଥା ଥିବା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ ସ୍ଥାପନ କରୁଛି । ପ୍ରଥମ ପର୍ଯ୍ୟାୟରେ ୪୦୦ ଶଯ୍ୟା ଥିବା ସୁବିଧା ସପ୍ତାହକ ମଧ୍ୟରେ ପ୍ରସ୍ତୁତ ହୋଇଯିବ ଏବଂ ଆଉ ୬୦୦ ଶଯ୍ୟା ପରବର୍ତ୍ତି ସପ୍ତାହକ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ଏହି ହସପିଟାଲରେ ମାଗଣାରେ ମିଳିବ ଗୁଣାତ୍ମକ ଚିକିତ୍ସା ସେବା । ରିଲାଏନ୍ସ ଫାଉଣ୍ଡେସନ ପ୍ରତିଟି ଭାରତୀୟଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଦୃଢ଼ ଭାବରେ ଛିଡା ହୋଇଛି । ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ଆମେ ଆମର ଅକ୍ଳାନ୍ତ କାର୍ଯ୍ୟ ଜାରି ରଖିବୁ । ଏକାଠି ମିଶି ଆମେ ଏହା କରିପାରିବା ଏବଂ ଏହି ଲଢେଇରେ ଆମେ ଜିତିବା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଗ୍ରୁପ୍ ଅଧ୍ୟକ୍ଷ ଧନରାଜ ନଥ୍‌ୱାନି କହିଛନ୍ତି ଯେ, ଏହି କୋଭିଡ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଭାରତର ଜନ ସାଧାରଣଙ୍କ ପାଇଁ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଛନ୍ତି । ସେହିପରି ଗୁଜରାଟ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଜଟିଳ ସମୟରେ ଗୁଜରାଟରେ ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ କରାଉଛନ୍ତି । ରିଲାଏନ୍ସ ସିଏମ୍‌ଡି ମୁକେଶ ଅମ୍ବାନି ଗୁଜରାଟରେ କୋଭିଡ ସଂକ୍ରମିତ ରୋଗୀଙ୍କ ପାଇଁ ହସପିଟାଲ ସୁବିଧା ଉପଲବ୍ଧ କରାଇବା ଦିଗରେ ସହାୟତା କରିବାକୁ ଆଗେଇ ଆସିଛନ୍ତି ।

ଭାରତରେ ଯେକୌଣସି ଗୁରୁତର ସଙ୍କଟ ସମୟରେ ଏବଂ କୋଭିଡ ୧୯ ସଂକ୍ରମଣ ବ୍ୟାପିବା ପରେ ଗତ ଏକବର୍ଷ ଧରି ରିଲାଏନ୍ସ ସହାୟତାର ହାତ ବଢାଇ ଆସିଛି । ରିଲାଏନ୍ସ ଗୁଜରାଟ ଏବଂ ଦେଶର ଜନସାଧାରଣଙ୍କୁ ବିଭିନ୍ନ ଭାବରେ ସହାୟତା କରିବାକୁ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଛି । ରିଲାଏନ୍ସ ମଧ୍ୟ ଗୁଜରାଟ ଏବଂ ଆଉ କେତେକ ରାଜ୍ୟକୁ ଅମ୍ଳଜାନ ଯୋଗାଇ ଦେଉଛି । ଆରଆଇଏଲ ମୁମ୍ବାଇ ମହାନଗରରେ ମାଗଣାରେ କୋଭିଡ ଚିକିତ୍ସା ସୁବିଧା ଯୋଗାଇ ଦେଉଛି, ଯେଉଁଠାରେ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲ ଦ୍ୱାରା ୮୭୫ଟି କୋଭିଡ ଶଯ୍ୟା ପରିଚାଳିତ ହେଉଛି । ଜାମନଗର ଏବଂ ମୁମ୍ବାଇରେ ରିଲାଏନ୍ସ କୋଭିଡ ଚିକିତ୍ସା ପାଇଁ ୧୮୭୫ଟି କୋଭିଡ୍ ଚିକିତ୍ସା ଶଯ୍ୟା ସ୍ଥାପନ ଓ ପରିଚାଳନା କରିବ ।

Leave A Reply

Your email address will not be published.