Latest Odisha News

BREAKING NEWS

[ଭିଡିଓ] ପ୍ରଶଂସା ସାଉଣ୍ଟୁଛି କେରଳ ପୋଲିସର ସଚେତନତା ଭିଡିଓ

କେରଳ: କରୋନା ସଚେତନତା ପାଇଁ କେରଳ ପୋଲିସ ଆପଣେଇଛି ନିଆରା ଉପାୟ । ଏକ ସୁପରହିଟ୍ ତାମିଲ ଗୀତରେ ୯ଜଣ ପୋଲିସ କର୍ମୀଙ୍କୁ ଡାନ୍ସ କରିବାରେ ଦେଖିବାକୁ ମିଳିଛି । ଏହି ଗୀତର ଲିରିକ୍ସରେ ମାସ୍କ ପିନ୍ଧିବାଠାରୁ ଆରମ୍ଭ କରି ସାମାଜିକ ଦୂରତ୍ୱ ଅବଲମ୍ବନ ଓ ସାନିଟାଇଜର ବ୍ୟବହାର କରିବା ପର୍ଯ୍ୟନ୍ତ ବାର୍ତ୍ତା ରହିଛି ।

ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓଟିକୁ ଖୋଦ କେରଳ ପୋଲିସ ମିଡିଆ ସେଣ୍ଟର ସେୟାର କରିଛି । ବହୁଳ ମାତ୍ରାରେ ଭାଇରାଲ୍ ହୋଇଥିବା ଏହି ଭିଡିଓର ଭିୟର୍ସିପ୍ ୩ ଲକ୍ଷରୁ ଅଧିକ ରହିଛି । ପୋଲିସ ମିଡିଆ ସେଣ୍ଟର ଡେପୁଟି ଡାଇରେକ୍ଟର ଭି.ପି ପ୍ରମୋଦ କୁମାର ଏହି ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି । ଅନ୍ୟପଟେ କ୍ୟାମେରା ଚାଳନା କରିଥିଲେ ହେମନ୍ତ ଆର୍ ନାୟର, ସିଫିନ୍ ସି ରାଜ୍ ଓ ରାଜୀବ ସିପି ।

Leave A Reply

Your email address will not be published.