Latest Odisha News

ଆଜିଠୁ ଗଞ୍ଜାମ ଜିଲ୍ଲାରେ ଭକ୍ତଙ୍କ ପାଇଁ ସବୁ ଧାର୍ମିକ ଅନୁଷ୍ଠାନ ବନ୍ଦ

ବ୍ରହ୍ମପୁର: ରାଜ୍ୟରେ ସଂକ୍ରମଣ ବଢୁଛି । ତାସହ ବଢୁଛି କଟକଣା । ଆଜିଠୁ ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜାନୁଆରୀ ୩୧ ତାରିଖ ଯାଏ କଟକଣା ବଳବତ୍ତର ରହିବ ।

ଏହି ସମୟ ଭିତରେ ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ବନ୍ଦ ରହିବ । ସର୍ବସାଧାରଣ ଦର୍ଶନ ବନ୍ଦ । କୋଭିଡ୍ କଟକଣାରେ କେବଳ ରୀତିନୀତି ଚାଲିବ । ସେହିପରି ଟିକା ନେଇ ନଥିଲେ ଗଞ୍ଜାମ ଜିଲ୍ଲାରେ ଲୋକଙ୍କୁ ମଲରେ ପ୍ରବେଶ ଅନୁମତି ମିଳିବ ନାହିଁ ।

Leave A Reply

Your email address will not be published.