ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ। ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଶେଷ ହୋଇଛି। ASI ପ୍ରତ୍ୟକ୍ଷ ତତ୍ତ୍ବାବଧନରେ କାମ ସମ୍ପୂର୍ଣ୍ଣ ହୋଇଛି।
ମୋଟ ୯୫ ଦିନ ଧରି ମରାମତି କାମ ହୋଇଛି। ମୋଟ ୩୩୩ ଘଣ୍ଟାର ମରାମତି କାମ ରେକର୍ଡ ହୋଇଥିବା ନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି କାମ ଗତବର୍ଷ ସେପ୍ଟେମ୍ବର ୧୮ ତାରିଖ ଠାରୁ ଆରମ୍ଭ ହୋଇଥିଲା। ଏହି କାମ ପାଇଁ ଏଏସ୍ଆଇ ନେତୃତ୍ବ ନେଇଥିଲା। ରତ୍ନଭଣ୍ଡାରକୁ ଯେଭଳି କୌଣସି ଅସୁବିଧା ନହୁଏ ଓ ସୁରକ୍ଷାରେ ତ୍ରୁଟି ନହେବ, ସେଥିପାଇଁ ସତର୍କତା ଅବଳମ୍ବନ କରାଯାଇଥିଲା।
ମରାମତି ପୂର୍ବରୁ ଲେଜର ସ୍କାନିଂ କରାଯାଇଛି। ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି ପାଇଁ ୯୫ ଦିନ ଲାଗିଥିଲା। ଏହାରି ମଧ୍ୟରେ କାର୍ଯ୍ୟ ଦିବସରେ ଦୁଇରୁ ଅଧିକ ଓ ୧୮ ଘଣ୍ଟାରୁ କମ ସମୟ କାମ କରାଯାଇଥିଲା। ମୋଟାମୋଟି ଭାବେ ରତ୍ନଭଣ୍ଡାର ମରାମତି ପାଇଁ ୩୩୨ ଘଣ୍ଟା ୪୭ ମିନିଟ ଲାଗିଥିଲା।
Comments are closed.