Latest Odisha News

BREAKING NEWS

ମଧ୍ୟବିତ୍ତଙ୍କୁ RBI ଝଟ୍‌କା; ବଢ଼ିଲା ରେପୋରେଟ୍, ବଢ଼ିବ ଇଏମ୍ଆଇ

ନୂଆଦିଲ୍ଲୀ: ଦେଶରେ ମହଙ୍ଗା ବଜାର ନିୟନ୍ତ୍ରାଣଧିନ ରହିଛି। ନିକଟରେ ବଜେଟରେ ସରକାର ଟ୍ୟାକ୍ସ କୋହଳ କରି ମଧ୍ୟବିତ୍ତଙ୍କୁ ଆସ୍ୱସ୍ତି ଦେଇଛି। ହେଲେ ଏପଟେ ଆର୍‌ବିଆଇ ରେପୋରେଟ୍ ବୃଦ୍ଧି କରି ପୁଣି ସାଧାରଣ ଜନତାଙ୍କୁ ଝଟ୍‌କା ଦେଇଛି। ରେପୋରେଟ୍‌କୁ ୨୫ ବେସିସ ପଏଣ୍ଟ (୦.୨୫%) ବଢାଇଛି RBI । ଫଳରେ ଦେଶର ସବୁପ୍ରକାର ଋଣ ମହଙ୍ଗା ହେବ। ପୁଣି ମଧ୍ୟବିତ୍ତଙ୍କ ପକେଟରୁ ଅଧିକ ଟଙ୍କା ଯିବ।

ମହଙ୍ଗା ବଜାର ନିୟନ୍ତ୍ରଣ ହେବା ପରେ ଲଗାତର ୬ ଥର ରେପୋରେଟ୍ ବୃଦ୍ଧି କରାଗଲାଣି। ଫଳରେ ରେପୋରେଟ୍‌ ୬.୨୫ ପ୍ରତିଶତରୁ ବୃଦ୍ଧି ହୋଇ ୬.୫୦ ପ୍ରତିଶତ ହୋଇଛି। ଏହାର ଅର୍ଥ ହେଲା ହୋମ୍ ଲୋନ୍‌ ଠାରୁ ଆରମ୍ଭ କରି ଅଟୋ ଲୋନ ସବୁର ମୂଲ୍ୟ ବଢ଼ିଯିବ। ଏଥିପାଇଁ ଗ୍ରାହକଙ୍କୁ ଅଧିକ ଇଏମ୍‌ଆଇ ଦେବାକୁ ପଡିବ। ବଜେଟ୍‌ ପରେ ଆର୍‌ବିଆଇର ମନିଟାରୀ ପିଲିସି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହା ପୂର୍ବରୁ ୨୦୨୨ ଡିସେମ୍ବର ଏମ୍‌ପିସି ବୈଠକରେ ଶୁଧ ହାର ୫.୯୦ ପ୍ରତିଶତରୁ ବଢ଼ି ୬.୨୫ ପ୍ରତିଶତ ହୋଇଥିଲା। ଗତବର୍ଷ ଠାରୁ ଏପର୍ଯ୍ୟନ୍ତ ଆର୍‌ବିଆଇ ୬ଥର ରେପୋରେଟ୍ ବୃଦ୍ଧି କରି ମୋଟ ୨.୫୦ ପ୍ରତିଶତ ବଢାଇଛି। ଏମ୍‌ପିସି ବୈଠକରେ ଯୋଗ ଦେଇଥିବା ୬ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ରେପୋରେଟ୍ ବଢାଇବା ଦିଗରେ ମତ ଦେଇଥିଲେ।

ବୈଠକ ପରେ ରେପୋରେଟ ବୃଦ୍ଧି ନେଇ ଆର୍‌ବିଆଇ ଗଭର୍ଣ୍ଣର ଘୋଷଣା କରିବା ପରେ ମହଙ୍ଗା ବଜାରକୁ ନେଇ ଅକଳନ କରିଥିଲେ। ଆର୍ଥିକ ବର୍ଷ ୨୦୨୪ରେ ମହଙ୍ଗା ଦର ୫.୩ ପ୍ରତିଶତରୁ ଅଧିକ ରହିପାରେ। ସେହିପରି ଆର୍ଥିକ ବର୍ଷ-୨୩-୨୪ରେ ରିୟଲ ଜିଡିପି ୬.୪ ପ୍ରତିଶତ ପର୍ଯ୍ୟନ୍ତ ରହିବ ବୋଲି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ।

Leave A Reply

Your email address will not be published.